ରାଉରକେଲାରେ ଗ୍ୟାସ୍ କଳାବଜାରୀ: ଗ୍ୟାରେଜରୁ ୧୬୧ ଗ୍ୟାସ୍ ସିଲିଣ୍ଡର୍ ଜବତ, ମାଲିକ ଚମ୍ପଟ୍

ରାଉରକେଲା: ଗ୍ୟାରେଜ୍‌ ଭିତରୁ ୧୬୧ ଗ୍ୟାସ୍ ସିଲିଣ୍ଡର୍ ଜବତ । ରାଉରକେଲାରେ ଚାଲିଛି ଗ୍ୟାସ୍‌ କଳାବଜାରୀ । ବିଶେଷ ସୂତ୍ରରୁ ଖବର ପାଇ ରାଉରକେଲାର ସେକ୍ଟର-୯ ଅଞ୍ଚଳରେ ଯୋଗାଣ ବିଭାଗର ରେଡ୍‌ ବେଳେ ଜଣଙ୍କ ଗ୍ୟାରେଜ୍‌ରୁ ମିଳିଲା ଏତେ ମାତ୍ରାରେ ଉଭୟ କମର୍ସିଆଲ୍‌ ଓ ଘରୋଇ ସିଲିଣ୍ଡର । ତେବେ ଏତେ ପରିମାଣର ଗ୍ୟାସ ସିଲିଣ୍ଡର କଣ ପାଇଁ ରଖିଥିଲା ତାହା ସ୍ପଷ୍ଟ ହୋଇନାହିଁ। ଯୋଗାଣ ବିଭାଗ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଗ୍ୟାରେଜ୍ ମାଲିକ ଚମ୍ପଟ ମାରିଥିବା ସୂଚନା ମିଳିଛି ।

About The Author: Madhusudan Das