ବାଇକ୍‌କୁ ଧକ୍କା ଦେଲା ଟ୍ରକ : ଜଣେ ମୃତ, ଜଣେ ଗୁରୁତର

ସାନଖେମୁଣ୍ଡି : ଗଞ୍ଜାମ-ଗଜପତି ମୁଖ୍ୟ ରାସ୍ତା ପାଟପୁର ଥାନା ପୋଡ଼ାମାରି ପେଟ୍ରୋଲ ପମ୍ପ ନିକଟରେ ଟ୍ରକ ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ପାଟପୁର ଥାନା ନରସିଂହଗଡ଼ ଗ୍ରାମର ପାଣ ପାତ୍ର, ଗୁରୁତର ଜଣଙ୍କ ହେଲେ ସେହି ଗ୍ରାମର ନିଳାଞ୍ଚଳ ପ୍ରଧାନ । ସୂଚନା ମୁତାବକ ପାଣ ଓ ନିଳାଞ୍ଚଳ ମିଶି ମୋଟର ସାଇକେଲରେ ନିଜ ଗ୍ରାମରୁ ପୋଡ଼ାମାରି ଅଭିମୁଖେ ଯାଉଥିବା ବେଳେ ପୋଡ଼ାମାରି ପେଟ୍ରୋଲ ପମ୍ପ […]

ସାନଖେମୁଣ୍ଡି : ଗଞ୍ଜାମ-ଗଜପତି ମୁଖ୍ୟ ରାସ୍ତା ପାଟପୁର ଥାନା ପୋଡ଼ାମାରି ପେଟ୍ରୋଲ ପମ୍ପ ନିକଟରେ ଟ୍ରକ ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ପାଟପୁର ଥାନା ନରସିଂହଗଡ଼ ଗ୍ରାମର ପାଣ ପାତ୍ର, ଗୁରୁତର ଜଣଙ୍କ ହେଲେ ସେହି ଗ୍ରାମର ନିଳାଞ୍ଚଳ ପ୍ରଧାନ ।

ସୂଚନା ମୁତାବକ ପାଣ ଓ ନିଳାଞ୍ଚଳ ମିଶି ମୋଟର ସାଇକେଲରେ ନିଜ ଗ୍ରାମରୁ ପୋଡ଼ାମାରି ଅଭିମୁଖେ ଯାଉଥିବା ବେଳେ ପୋଡ଼ାମାରି ପେଟ୍ରୋଲ ପମ୍ପ ନିକଟରେ ତପ୍ତପାଣିରୁ ଦିଗପହଣ୍ଡି ଅଭିମୁଖେ ଆସୁଥିବା ଏକ ଟ୍ରକ ଓଆର ୦୭ ଜେଡ୍ ୩୪୫୬ ଦୃତ ଗତିରେ ଆସି ମୋଟର ସାଇକେଲକୁ ଧକ୍କା ଦେଇଥିଲେ । ଘଟଣା ସ୍ଥଳରେ ପାଣ ପାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ନିଳାଞ୍ଚଳ ଆହତ ହୋଇଥିଲେ। ଖବର ପାଇ ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଓ ପୋଡ଼ାମାରି ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଦିଗପହଣ୍ଡି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପାଟପୁର ଥାନା ଅଧିକାରୀ ଅଜୟ କୁମାର ସ୍ଵାଇଁ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରିବା ସହ ତଦନ୍ତ କରୁଥିବା ଜଣାପଡିଛି।

About The Author: The Sakala