ପାରିବାରିକ କଳହକୁ ନେଇ ଥାନା ଆଗରେ ବିଷ ପିଇଦେଲେ ମହିଳା

ଗଞ୍ଜାମ : ଛତ୍ରପୁର ଥାନା ସମୁଖରେ ପାରିବାରିକ କଳହକୁ ନେଇ ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଲେ ଛତ୍ରପୁର ମହାବୀର ନଗରରର ଏମ ମୁନା ପାତ୍ରଙ୍କ ସ୍ତ୍ରୀ ଏମ ଝିଲି ପାତ୍ର। ଝୁଲିକୁ ଗୁରୁତର ଅବସ୍ଥାରେ ଛତ୍ରପୁର ଥାନା ପୋଲିସ ଉଦ୍ଧାର କରି ପ୍ରଥମେ ଛତ୍ରପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଆତ୍ମହତ୍ୟା ଉଦ୍ୟମ କରିଥିବା ଝିଲି ପ୍ରେମ ବିବାହ […]

ଗଞ୍ଜାମ : ଛତ୍ରପୁର ଥାନା ସମୁଖରେ ପାରିବାରିକ କଳହକୁ ନେଇ ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଲେ ଛତ୍ରପୁର ମହାବୀର ନଗରରର ଏମ ମୁନା ପାତ୍ରଙ୍କ ସ୍ତ୍ରୀ ଏମ ଝିଲି ପାତ୍ର। ଝୁଲିକୁ ଗୁରୁତର ଅବସ୍ଥାରେ ଛତ୍ରପୁର ଥାନା ପୋଲିସ ଉଦ୍ଧାର କରି ପ୍ରଥମେ ଛତ୍ରପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଆତ୍ମହତ୍ୟା ଉଦ୍ୟମ କରିଥିବା ଝିଲି ପ୍ରେମ ବିବାହ କରିଥିବା ବେଳେ ଶଶୁର ଘର ଲୋକ ଯୌତୁକ ନିର୍ଯାତନା ଦେଉଆସୁଥିଲେ। ଏ ନେଇ ଛତ୍ରପୁର ଥାନା ରେ ଝିଲିଙ୍କ ପରିବାର ପକ୍ଷରୁ 2 ତାରିଖରେ ଅଭିଯୋଗ ଦିଆଯାଇଥିଲା। ବାରମ୍ବାର ଅଭିଯୋଗ ପରେ ବି ପୋଲିସର କୌଣସି କାର୍ଯ୍ୟନୁଷ୍ଠାନ ହୋଇନଥିବାରୁ ଆଜି ଥାନା ପରିସରରେ ଏକ ସମାଧାନ ବୈଠକ ଅନୁଷ୍ଠିତ ହୋଇଥିଲା ଏହି ବୈଠକ ବିଫଳ ହେବା ପରେ ମହିଳା ଜଣକ ବିଷ ପିଇ ଆତ୍ମହତ୍ୟାର ଉଦ୍ୟମ କରିଥିବା ଜଣାପଡିଛି।

About The Author: The Sakala