ଗଜପତି : ଆଇନଜୀବୀଙ୍କ ଉପରେ ଏସିଡି ମାଡ ହୋଇଛି। ପାରଳାଖେମୁଣ୍ଡି ଟାଉନ୍ ଥାନା ଜଙ୍ଗମସାହିରେ ଆଇନଜୀବୀଙ୍କ ଘରେ ପଶି ଦୁର୍ବୃତ୍ତ ଏସିଡ୍ ଫିଙ୍ଗିଥିବା ଜଣାପଡିଛି। ବାଇକ୍ରେ ଆସି ୨ ଦୁର୍ବୃତ୍ତ ଏସିଡ୍ ମାଡ଼ କରିଥିବା ବେଳେ ଗୁରୁତର ଓକିଲଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ପାରଳାଖେମୁଣ୍ଡି ଟାଉନ୍ ଥାନା ଜଙ୍ଗମସାହିରେ ରହୁଥିବା ବରିଷ୍ଠ ଆଇନଜୀବୀ ପି.ରାମାରାଓଙ୍କ ଉପରୁ ହୋଇଛି ଏସିଡ ମାଡ। ଆଇନଜୀବୀ ପି.ରାମାରାଓ ଆଜି ଅପରାହ୍ନରେ ଘରେ ଥିବା ସମୟରେ କେହି ତାଙ୍କୁ ଘର ବାହାରେ ଡାକିଥିଲେ। ଏହାପରେ ଆଇନଜୀବୀ ଘର କବାଟ ଖୋଲିବା ସୟରେ ହେଲିମେଣ୍ଟ ପିନ୍ଧା ଦୁଇଜଣ ଦୃର୍ବୁତ୍ତ ତାଙ୍କ ଉପରକୁ ଏସିଡ ଫୋପାଡି ବାଇକ ଯୋଗେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।