ଭୁବନେଶ୍ୱରରେ ଅର୍ଣ୍ଣବର ତାଣ୍ଡବ; ପବନରେ ମୋଡ଼ି ହୋଇ ପଡ଼ିଲା ଲକ୍ଷ୍ମୀପୂଜା ତୋରଣ

ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଭୁବନେଶ୍ୱରରେ ଭାଙ୍ଗିଲା ଗଜଳକ୍ଷ୍ମୀ ପୂଜା ମଣ୍ଡପ । ଭୁବନେଶ୍ୱର କ୍ଲବ ଟାଉନ ପଡ଼ିଆରେ ଭୁଶୁଡ଼ିଲା ଲକ୍ଷ୍ମୀପୂଜା ତୋରଣ । ୮୦ ଫୁଟର ତିଆରି ହୋଇଥିଲା ମୂର୍ତ୍ତି ସହ ତୋରଣ । ବାତ୍ୟା ପ୍ରଭାବରେ ଅତ୍ୟଧିକ ପବନ ଯୋଗୁଁ ପୂଜା ମଣ୍ଡପରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ତେବେ ଏଥିରେ କେହି ଆହତ ହୋଇନଥିବା ସୂଚନା ।  

ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଆଜି ସକାଳୁ ରାଜଧାନୀରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ହୋଇଥିଲା । ଏବେ ବି ଝିପିଝିପି ବର୍ଷା ଲାଗି ରହିଛି । ତେବେ ପ୍ରବଳ ବର୍ଷା ଯୋଗୁଁ ଚନ୍ଦ୍ରଶେଖରପୁର କ୍ଲବ ଟାଉନରେ ହୋଇଥିବା ଗଜଲକ୍ଷ୍ମୀ ତୋରଣ ଭୁଶୁଡ଼ିପଡିଥିଲା ।

About The Author: Madhusudan Das