ଉପନିର୍ବାଚନ ପୂର୍ବରୁ ପଦ୍ମପୁରରେ ମଉଳି ମଉଳି ଯାଉଛି ପଦ୍ମ, ବିଜେଡିରେ ମିଶିଲେ ପୂର୍ବତନ ଜିଲ୍ଲା ପରିଷଦ

ପଦ୍ମପୁର: ନିର୍ବାଚନ ପୂର୍ବରୁ ଭୁଶୁଡୁଛି ବିଜେପି ଗଡ଼। ପଦ୍ମପୁରରେ ମଉଳି ମଉଳି ଯାଉଛି ପଦ୍ମ । ବିଜେପି ଛାଡି ଆଜି ଶଙ୍ଖ ଧରିଲେ ପାଇକ ମାଲ ବ୍ଲକ କେର୍ମେଲା ବାହାଲ ପଞ୍ଚାୟତ ବିଜେଢ଼ିହି ଗ୍ରାମର ମୁଖିଆ ତଥା ପୂର୍ବତନ ଜିଲ୍ଲା ପରିଷଦ ଝସକେତନ ବରିହା। ଆଜି ସେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ପଦ୍ମପୁର ନିର୍ବାଚନ ପୂର୍ବରୁ କେର୍ମେଲା ବାହାଲ ପଞ୍ଚାୟତରେ ନିଜର ରାଜନୈତିକ ଶକ୍ତି ପ୍ରଦର୍ଶନ କରିଛି ବିଜୁ ଜନତା ଦଳ। […]

ପଦ୍ମପୁର: ନିର୍ବାଚନ ପୂର୍ବରୁ ଭୁଶୁଡୁଛି ବିଜେପି ଗଡ଼। ପଦ୍ମପୁରରେ ମଉଳି ମଉଳି ଯାଉଛି ପଦ୍ମ । ବିଜେପି ଛାଡି ଆଜି ଶଙ୍ଖ ଧରିଲେ ପାଇକ ମାଲ ବ୍ଲକ କେର୍ମେଲା ବାହାଲ ପଞ୍ଚାୟତ ବିଜେଢ଼ିହି ଗ୍ରାମର ମୁଖିଆ ତଥା ପୂର୍ବତନ ଜିଲ୍ଲା ପରିଷଦ ଝସକେତନ ବରିହା। ଆଜି ସେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ପଦ୍ମପୁର ନିର୍ବାଚନ ପୂର୍ବରୁ କେର୍ମେଲା ବାହାଲ ପଞ୍ଚାୟତରେ ନିଜର ରାଜନୈତିକ ଶକ୍ତି ପ୍ରଦର୍ଶନ କରିଛି ବିଜୁ ଜନତା ଦଳ। ବରିହାଙ୍କ ବିଜୁ ଜନତା ଦଳରେ ମିଶ୍ରଣ ଦ୍ୱାରା ପାଇକମାଳ ବ୍ଲକରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି ପାଇଛି |

ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ମାନ୍ୟବର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଜୁ ଜନତା ଦଳର ବରିଷ୍ଠ ଉପ ସଭାପତି ଦେବୀ ମିଶ୍ର, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ବିଧାୟକ ଓ ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ରେ ଥିବା ସୁଶାନ୍ତ ସିଂ, ବିଧାୟକ ସ୍ନେହାଙ୍ଗିନୀ ଛୁରିଆ,ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ ,ପୂର୍ବତନ ବିଧାୟକ ଯୋଗେଶ ସିଂ ସମେତ ହଜାର ହଜାର ଲୋକ ଏହି ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ।  ନିର୍ବାଚନ ପୂର୍ବରୁ ଏହା ବିଜୁ ଜନତା ଦଳକୁ ଅଧିକ ସୃଦୃଢ କରିଛି।

About The Author: The Sakala