ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ

ଭୁବନେଶ୍ବର: ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଙ୍କୁ ହତ୍ୟା ଧମକ । ଭୁବନେଶ୍ୱର ଆସିଲେ ଜୀବନରୁ ମାରିଦେବାକୁ ଧମକ ଦେଲେ ଦୁର୍ବୃତ୍ତ । ମାର୍ଚ୍ଚ ୯ ତାରିଖରୁ ଆସିଥିଲା ହତ୍ୟା ଧମକ । ଏନେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କେନ୍ଦୁଝର ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ହତ୍ୟା ଧମକକୁ ନେଇ ମୁଖ୍ୟମନ୍ତ୍ରୀ, ପୋଲିସ ଡିଜି ଏବଂ କେନ୍ଦୁଝର SPଙ୍କୁ ମଧ୍ୟ ଅବଗତ କରାଇବା ପରେ ମଧ୍ୟ କୌଣସି କାଯ୍ୟନୁଷ୍ଠାନ ହୋଇନାହିଁ ବୋଲି ଅଭିଯୋଗ କରିଛନ୍ତି ଜୟଦେବ ଜେନା । ପୂର୍ବରୁ ମଧ୍ୟ 2025 ରେ ଏଭଳି ଢଙ୍ଗରେ ଜୟଦେବ ଜେନାଙ୍କୁ ହତ୍ୟା ଧମକ ଆସିଥିଲା ।

About The Author: Madhusudan Das