ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ OERC ଅଧ୍ୟକ୍ଷ ଦାୟିତ୍ବ

ଭୁବନେଶ୍ବର: ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ OERC ଅଧ୍ୟକ୍ଷ ଦାୟିତ୍ବ । ତାଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ସୁରେଶ ମହାପାତ୍ରଙ୍କ ପରେ ଖାଲି ପଡ଼ିଥିଲା ଏହି ପଦ। ସେ ୧୯୮୯ ବ୍ୟାଚ IAS ଅଫିସର। ୧୯୯୧ରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ସବ-କଲେକ୍ଟର ଭାବେ କ୍ୟାରିଅର ଆରମ୍ଭ କରିଥିଲେ ପ୍ରଦୀପ। ପରେ କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାପାଳ ମଧ୍ୟ ହୋଇଥିଲେ। ବିଭିନ୍ନ କ୍ଷେତ୍ରରେ ତାଙ୍କର ସଫଳତା ପାଇଁ ତୃଣମୂଳ ସ୍ତରରୁ ପ୍ରଶଂସା ପାଇଛନ୍ତି ପ୍ରଦୀପ […]

ଭୁବନେଶ୍ବର: ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ OERC ଅଧ୍ୟକ୍ଷ ଦାୟିତ୍ବ । ତାଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ସୁରେଶ ମହାପାତ୍ରଙ୍କ ପରେ ଖାଲି ପଡ଼ିଥିଲା ଏହି ପଦ।

ସେ ୧୯୮୯ ବ୍ୟାଚ IAS ଅଫିସର। ୧୯୯୧ରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ସବ-କଲେକ୍ଟର ଭାବେ କ୍ୟାରିଅର ଆରମ୍ଭ କରିଥିଲେ ପ୍ରଦୀପ। ପରେ କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାପାଳ ମଧ୍ୟ ହୋଇଥିଲେ। ବିଭିନ୍ନ କ୍ଷେତ୍ରରେ ତାଙ୍କର ସଫଳତା ପାଇଁ ତୃଣମୂଳ ସ୍ତରରୁ ପ୍ରଶଂସା ପାଇଛନ୍ତି ପ୍ରଦୀପ ଜେନା।କଟକ ଜିଲ୍ଲାପାଳ ଥିବା ବେଳେ ୧୯୯୯ ମସିହାରେ ବାତ୍ୟା ପରିଚାଳନାରେ ଦକ୍ଷତା ପ୍ରତିପାଦନ କରିଥିବା ବେଳେ ରାଜ୍ୟ ଓ ଜାତୀୟ ସ୍ତରରୁ ପ୍ରଶଂସା ପାଇଥିଲେ। ଶକ୍ତି ବିଭାଗର ସଚିବ ଥିବା ବେଳେ ଫାଇଲିନ ବାତ୍ୟାରେ ଗଞ୍ଜାମରେ ବିଦ୍ୟୁତ ଭିତ୍ତିଭୂମି ସମ୍ପୂର୍ଣ୍ଣ ବିଗିଡିଯାଇଥିଲା। ସେଠାରେ ତୁରନ୍ତ ପୂର୍ବସ୍ଥିତିକୁ ଫେରିବାରେ ପ୍ରଦୀପ ଜେନାଙ୍କ ମୁଖ୍ୟ ଭୂମକା ଥିଲା। ଗୋଟିଏ ସମୟରେ ବାଣିଜ୍ୟ କମିଶନର ଓ ରାଜ୍ୟ ପରିବହନ କମିଶନର ଭାବେ ଦାୟିତ୍ବ ପରିବହନ କରିଥିଲେ । ଓଡ଼ିଶା ଆର୍ଥିକ ଦୁର୍ବଳ ଥିବା ସମୟରେ ସେ ଉଲ୍ଲେଖନୀୟ କାମ କରିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ମଧ୍ୟ ବେଶ ପ୍ରଶଂସାଯୋଗ୍ୟ କାମ କରିଥିଲେ ପ୍ରଦୀପ ଜେନା ।

ପୂର୍ବରୁ ସ୍ବତନ୍ତ୍ର ରିଲିଫ କମିଶନର ଭାବେ ମଧ୍ୟ ପ୍ରଦୀପ ଜେନା ଦକ୍ଷତା ପ୍ରଦର୍ଶିତ କରିଛନ୍ତି । ରାଜ୍ୟ ଉପରେ ବାତ୍ୟା ବିପତ୍ତି ଥିବା ବେଳେ ସେ ଜିରୋ କାଜୁଆଲଟି ଉପରେ ଗୁରୁତ୍ବ ଦେଇଥିଲେ । କୋଭିଡ ଲକଡାଉନ ବେଳେ ଟିମ୍ ସ୍ପିରିଟରେ କାମ କରି ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କାମ କରିଥିଲେ ପ୍ରଦୀପ ଜେନା । ଗ୍ରାମ୍ୟ ଉନ୍ନୟନ ବିଭାଗର ଦାୟିତ୍ବରେ ଥିବା ବେଳେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କାର୍ଯ୍ୟକାରୀ କରିବାରେ ଜାତୀୟ ସ୍ତରରେ ରେକର୍ଡ କରିଥିଲେ । ୟୁଏନଡିପିର ସଦସ୍ୟ ଭାବେ ମଧ୍ୟ କାମ କରି ପ୍ରଶଂସା ସାଉଁଟିଥିଲେ ପ୍ରଦୀପ ।

ଓଡ଼ିଶା ସରକାରଙ୍କ ପୁର୍ନବାସ ଓ ଥଇଥାନ ନୀତି ବିକାଶ କରିବାରେ ପ୍ରଦୀପ ଜେନାଙ୍କର ପ୍ରମୁଖ ଭୂମିକା ଥିଲା । କିଛି ଦିନ ପାଇଁ ପଞ୍ଚାୟତି ବିଭାଗର ସଚିବ ମଧ୍ୟ ଥିଲେ । ୨୦୨୦ ଡିସେମ୍ବରରେ ସେ ଉନ୍ନୟନ୍ନ କମିଶନର ଭାବେ ନିଯୁକ୍ତି ପାଇଥିଲେ। ପରେ ୨୦୨୩ ମାର୍ଚ୍ଚ ୧ ରେ ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ଦାୟିତ୍ବ ଗ୍ରହଣ କରିଥିଲେ। ପରେ ୨୦୨୪ ଜୁନ୍ ୩୦ରେ ଶ୍ରୀ ଜେନା ଚାକିରିରୁ ଅବସର ଗ୍ରହଣ କରିଥିଲେ। ଜଣେ ଦକ୍ଷ ଅଧିକାରୀ ଭାବେ ଜଣାଶୁଣା ପ୍ରଦୀପ ଜେନାଙ୍କର ଶକ୍ତି କ୍ଷେତ୍ରରେ ବିଶେଷ ଅଭିଜ୍ଞତା ରହିଛି। ଦୀର୍ଘ ଦିନ ଧରି ସେ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିଥିଲେ ।

About The Author: The Sakala