ଦେବଗଡ଼: ହାତୀଦାନ୍ତ ଡିଲ ବେଳେ ମାଡ଼ିବସିଲା ବନ ବିଭାଗ । ହୋଟେଲରେ ଚାଲିଥଲା ହାତୀଦାନ୍ତ କାରବାର। ବନ ବିଭାଗ ଚଢ଼ାଉ କରି ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ଦେବଗଡ଼ ଲାଲୁ ସାହିର ପ୍ରେମରାଜ ସାହୁ, ଦେବଗଡ଼ର କପଟଦାର ଓ ଦିଲ୍ଲୀର ରାଜେଶ କୁମାର। ପ୍ରେମରାଜ ସାହୁ ଗହଣା ବ୍ୟବସାୟୀ ବୋଲି ଜଣାପଡ଼ିଛି।
ଖବର ଅନୁଯାୟୀ, ଗତକାଲି ରାତିରେ ଦେବଗଡ ବନ ଖଣ୍ଡ ଅଞ୍ଚଳରେ ଥିବା ଏକ ହୋଟେଲରେ ହାତୀ ଦାନ୍ତ କାରବାର ଚାଲିଥିଲା। ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ବନ ବିଭାଗ ହୋଟେଲରେ ଚଢ଼ାଉ କରି ୩ଟି ହାତୀ ଦାନ୍ତ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି।