ଢାବାରୁ ବ୍ୟାପକ ପରିମାଣର ବିଦେଶୀ ମଦ ଜବତ, ୨ ଗିରଫ

କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥ କଡରେ ଥିବା ରାଜକୁମାର ଢ଼ାବା ଉପରେ ଅବକାରୀ ବିଭାଗ ଚଢ଼ାଉ କରିଛି । ଚଢ଼ାଉ ବେଳେ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ଢ଼ାବା ମାଲିକ ଏବଂ ତାଙ୍କ ଭାଇକୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ହେଲେ ଭୁବନ ଥାନା ଟିପିଲେଇ ଗାଁର ଉମାଶାଙ୍କର ଖିଲାର (୩୪)ଏବଂ ତାଙ୍କ ଭାଇ ଅବିନାଶ ଖିଲାର(୩୮) । […]

କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥ କଡରେ ଥିବା ରାଜକୁମାର ଢ଼ାବା ଉପରେ ଅବକାରୀ ବିଭାଗ ଚଢ଼ାଉ କରିଛି । ଚଢ଼ାଉ ବେଳେ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ଢ଼ାବା ମାଲିକ ଏବଂ ତାଙ୍କ ଭାଇକୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ହେଲେ ଭୁବନ ଥାନା ଟିପିଲେଇ ଗାଁର ଉମାଶାଙ୍କର ଖିଲାର (୩୪)ଏବଂ ତାଙ୍କ ଭାଇ ଅବିନାଶ ଖିଲାର(୩୮) । ସୂଚନା ଅନୁଯାୟୀ, ଶନିବାର ଦିନ ବିଶେଷ ସୂତ୍ରରୁ ଖବର ପାଇ ସଦର ବ୍ଲକ ଅବକାରୀ ଇନିସ୍ପେକ୍ଟର ସମୀର ମହାନ୍ତି ,କାମାକ୍ଷାନଗର ଅବକାରୀ ଅଧିକାରିଣୀ ମାନସୀ ସାହୁ ,ଜିଲ୍ଲା ମୋବାଇଲ ସ୍କ୍ୱାର୍ଡ ଏବଂ ଅବକାରୀ ଟିମର ସଦସ୍ୟ ମାନଙ୍କ ସହଯୋଗରେ ଟିପିଲେଇ ଗାଁରେ ଚଢ଼ାଉ କରିଥିଲା । ଚଢ଼ାଉରେ ରାଜକୁମାର ଢ଼ାବା ଏବଂ ସମ୍ପୃକ୍ତ ଢ଼ାବା ମାଲିକଙ୍କ ଘରୁ ବ୍ୟାପକ ପରିମାଣର ବିଦେଶୀ ମଦ ଜବତ କରାଯାଇଥିଲା । ଗିରଫ ପରେ ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

About The Author: The Sakala