ଉଚ୍ଛୁଳା ଦୟାନଦୀରେ ମାଛ ଧରୁଥିଲେ ବାପା-ପୁଅ, ଡଙ୍ଗାରୁ ଖସିପଡି ପୁଅ ନିଖୋଜ

ପୁରୀ: ଦୟାନଦୀରେ ଭାସିଗଲେ ମତ୍ସ୍ୟଜୀବୀ । ଉଚ୍ଛୁଳା ଦୟାନଦୀରେ ବାପା-ପୁଅ ମାଛ ଧରୁଥିବାବେଳେ ଡଙ୍ଗାରୁ ଖସିପଡି ପୁଅ ନିଖୋଜ । ପୁରୀ ଜିଲ୍ଲା କଣାସ ଜାଗୁଳାଇପଦରରେ ଘଟିଛି ଏପରି ଏକ ଅଘଟଣ । ମିଳିଥିବା ସୂଚନା ଅନୁଯାୟୀ, ବାପା ପ୍ରକାଶ ବେହେରା ଓ ପୁଅ ଦିବାନା ବେହେରା ସବୁଦିନ ପରି ମାଛ ଧରିବାକୁ ଯାଇଥିଲେ । ମାଛ ଧରୁଥିବା ବେଳେ ପୁଅ ଦିବାନା ନଦୀରେ ଖସିପଡ଼ିଥିଲେ । 

ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିସହ ପ୍ରଶାସନକୁ ମଧ୍ୟ ଅବଗତ କରାଯାଇଥିଲା। ଖବର ପାଇବା ପରେ ଏକ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ମତ୍ସ୍ୟଜୀବୀଙ୍କୁ ଖୋଜିବା ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ନିଖୋଜ ମତ୍ସ୍ୟଜୀବୀଙ୍କର କୌଣସି ପତ୍ତା ମିଳିପାରିନାହିଁ ଏବଂ ସର୍ଚ୍ଚ ଅପରେସନ୍ ଏବେ ବି ଜାରି ରହିଛି। ଏହି ଅଘଟଣ ପରେ ସ୍ଥାନୀୟ ଗାଁରେ ଶୋକର ଛାୟା ଖେଳିଯାଇଛି।

About The Author: Madhusudan Das