ଆଜି ଉତ୍କଳ ଦିବସ, ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ୧୯୩୬ରେ ଗଢାହୋଇଥିଲା ଓଡ଼ିଶା

ଭୁବନେଶ୍ବର : ୧୯୩୬ ମସିହା ଏପ୍ରିଲ ୧ ତାରିଖ ଥିଲା ଓଡିଶା ଇତିହାସରେ ଏକ ସ୍ମରଣୀୟ ମୁହୂର୍ତ୍ତ। ଭାଷାଭିତ୍ତିରେ ଏକ ପ୍ରଦେଶ ଗଠନର ସ୍ୱପ୍ନ ସହିତ ଜଡିତ ଓଡିଆ ଜାତିର ସ୍ୱାଭିମାନର ଏକ ସ୍ମାରକ ଜନ୍ମ ନିଏ ସେଦିନ, ଯେତେବେଳେ ଓଡିଶା ଏକ ସ୍ୱତନ୍ତ୍ର ପ୍ରଦେଶ ରୂପେ ଜନ୍ମନିଏ। ବିଚ୍ଛିନ୍ନ ଓଡିଆ ଭାଷାଭାଷୀ ଅଞ୍ଚଳକୁ ଏକକ ଅଞ୍ଚଳରେ ଗଢି ତୋଳିବାର ସଂକଳ୍ପକୁ ନେଇ ଚାଲିରହିଥିବା ଦୀର୍ଘ ଦିନର ସଂଗ୍ରାମର ଅନ୍ତ ହୁଏ ସେହି ଦିନ। ଉତ୍କଳ ଇତିହାସର […]

ଭୁବନେଶ୍ବର : ୧୯୩୬ ମସିହା ଏପ୍ରିଲ ୧ ତାରିଖ ଥିଲା ଓଡିଶା ଇତିହାସରେ ଏକ ସ୍ମରଣୀୟ ମୁହୂର୍ତ୍ତ। ଭାଷାଭିତ୍ତିରେ ଏକ ପ୍ରଦେଶ ଗଠନର ସ୍ୱପ୍ନ ସହିତ ଜଡିତ ଓଡିଆ ଜାତିର ସ୍ୱାଭିମାନର ଏକ ସ୍ମାରକ ଜନ୍ମ ନିଏ ସେଦିନ, ଯେତେବେଳେ ଓଡିଶା ଏକ ସ୍ୱତନ୍ତ୍ର ପ୍ରଦେଶ ରୂପେ ଜନ୍ମନିଏ। ବିଚ୍ଛିନ୍ନ ଓଡିଆ ଭାଷାଭାଷୀ ଅଞ୍ଚଳକୁ ଏକକ ଅଞ୍ଚଳରେ ଗଢି ତୋଳିବାର ସଂକଳ୍ପକୁ ନେଇ ଚାଲିରହିଥିବା ଦୀର୍ଘ ଦିନର ସଂଗ୍ରାମର ଅନ୍ତ ହୁଏ ସେହି ଦିନ।

ଉତ୍କଳ ଇତିହାସର ସ୍ୱର୍ଣ୍ଣିମ ଦିନ ୧୯୩୬ ଅପ୍ରେଲ ୧। ବ୍ରିଟିଶ୍ ଶାସନ କାଳରେ ସ୍ୱତନ୍ତ୍ର ରାଜ୍ୟ ଭାବେ ରାଜ୍ୟ ଭାବେ ଏପ୍ରିଲ୍ ୧ରେ ନବଗଠିତ ହୋଇଥିଲା ଓଡ଼ିଷା । ଏହି ସ୍ମୃତିକୁ ଉଜ୍ଜୀବତ କରିବା ଲାଗି ପ୍ରତିବର୍ଷ ଏପ୍ରିଲ୍ ୧ରେ ପାଳନ ହେଉଛି ଉତ୍କଳ ଦିବସ । ଭାରତର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ହେଉଛି ଓଡ଼ିଶା । ସାଲ୍ ୧୫୬୮ରେ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ, ବ୍ରିଟିଶ ଶାସନରୁ ଅଲଗା ହୋଇ ଓଡ଼ିଶାକୁ ଏକ ଅଲଗା ରାଜ୍ୟ କରିବା ପାଇଁ ମଧୁସୁଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ମେହେର, ରାଧାନଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା ।

ପ୍ରଥମେ ଛଅଟି ଜିଲ୍ଲାକୁ ନେଇ ଗଠିତ ହୋଇଥିଲା ଓଡ଼ିଶା । କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମ ଜିଲ୍ଲାକୁ ଗଠିତ ଓଡ଼ିଶାର ପ୍ରଥମ ରାଜ୍ୟପାଳ ଥିଲେ ସାର ଅଷ୍ଟିନ ହବାକ୍‌ । ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଲା । ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନର୍ବିଭାଜନ କରି ୩୦ଟି ଜିଲ୍ଲାରେ ପରିଣତ କରାଗଲା । ପ୍ରତି ବର୍ଷ ଏପ୍ରିଲ୍ ପହିଲାକୁ ଓଡ଼ିଶା ଦିବସ ରୂପେ ପାଳନ କରାଯାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଅର୍ପଣ କରାଯାଏ । ଭାଷାଭିତ୍ତିରେ ପ୍ରଥମ ରାଜ୍ୟ ଓଡ଼ିଶା । ତେଣୁ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ଏକ ଗର୍ବର ଦିନ। ଯେଉଁମାନଙ୍କର ଅଦମ୍ୟ ସାଧନା, ପ୍ରଚେଷ୍ଟା ଲାଗି ଓଡ଼ିଶା ଭାଷାଭିତ୍ତିରେ ସ୍ୱତନ୍ତ୍ର ପରିଚୟ ପାଇପାରିଛି ସେମାନଙ୍କୁ ଆଜି ସମସ୍ତେ ମନେ ପକାଉଛନ୍ତି ।

ପୂର୍ବରୁ ଉତ୍କଳ ଖଣ୍ଡବିଖଣ୍ଡିତ ହୋଇ ପଡ଼ି ରହିଥିଲା। ପଶ୍ଚିମରେ ସମ୍ବଲପୁର ମଧ୍ୟପ୍ରଦେଶ ସହିତ ମିଶିଥିବା ବେଳେ ଉତ୍ତରରେ ବାଲେଶ୍ୱରରେ ବଙ୍ଗଳାର ପ୍ରଭାବ ଥିଲା, କେତେକ ଅଞ୍ଚଳ ବିହାରରେ ଥିବା ବେଳେ, ଦକ୍ଷିଣରେ ଗଂଜାମ, ମାଡ୍ରାସ୍ ପ୍ରେସିଡେନ୍ସି ଅଧୀନରେ ଥିଲା। ହେଲେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳ ମଣି ଗୋପବନ୍ଧୁ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସ କବି ଫକୀର ମୋହନ ସେନାପତି, ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପରି କେତେକ ବୀରପୁତ୍ର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବା ପାଇଁ ସଂଘର୍ଷ କରିଥିଲେ। ଏହି ବୀରପୁତ୍ରଙ୍କ ସଂଘର୍ଷରେ ୧୯୦୩ରେ ପ୍ରଥମେ ଗଠନ ହେଲା ଉତ୍କଳ ସମ୍ମିଳନୀ । ଏହା ପରେ ଜୋରଦାର ହୋଇଥିଲା ସଂଗ୍ରାମ । ଶେଷରେ ସାକାର ହେଲା ସ୍ୱପ୍ନ । ଓଡ଼ିଆଙ୍କୁ ମିଳିଥିଲା ନିଜ ପାଇଁ ଏକ ସ୍ୱତନ୍ତ୍ର ଭୌଗୋଳିକ ଭୂଖଣ୍ଡ।ପ୍ରାୟ ପାଞ୍ଚ ଶହ ବର୍ଷ ସୀମାହୀନ, ଜାତିହୀନ ଓ ଭାଷାହୀନ ଅବସ୍ଥାରେ ଖଣ୍ତ-ବିଖଣ୍ତିତ ହୋଇ ରହିବା ପରେ, ୧୯୩୬ ମସିହାରେ ଏପ୍ରିଲ ୧ ଏହି ଦିନରେ ଓଡ଼ିଶା ଏକତ୍ର ହୋଇଥିଲା।

About The Author: The Sakala