କେଶରୀ ମଲ୍‌ରେ ପୁଣି ଲାଗିଲା ନିଆଁ, ସଟସର୍କିଟ୍ କାରଣରୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା

ଭୁବନେଶ୍ବର : ଭୁବନେଶ୍ୱର କେଶରୀ ମଲରେ ପୁଣି ଅଗ୍ନିକାଣ୍ଡ । ମଲର ପ୍ରଥମ ଓ ଦ୍ୱିତୀୟ ମହଲାରେ ଲାଗିଲା ନିଆଁ । ଏକ ଫ୍ୟାନରେ ସଟସର୍କିଟ୍ କାରଣରୁ ନିଆଁ ଲାଗିଥିବା କୁହାଯାଉଛି । ନିଆଁ ଲାଗିବା ପରେ ସମ୍ପୁର୍ଣ୍ଣ ମଲ ଧୁଆଁମୟ ହୋଇଯାଇଥିଲା। ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଛି ।ତେବେ ସୁରକ୍ଷା ଦୃଷ୍ଟିରୁ ସାଧାରଣ ଲୋକଙ୍କ ପାଇଁ ମଲ୍‌କୁ ବନ୍ଦ କରାଯାଇଛି। ରଜ ପାଇଁ କେଶରୀ ମଲରେ ପ୍ରବଳ ଭିଡ଼ ଲାଗିରହିଥିଲା । ଏହି ସମୟରେ […]

ଭୁବନେଶ୍ବର : ଭୁବନେଶ୍ୱର କେଶରୀ ମଲରେ ପୁଣି ଅଗ୍ନିକାଣ୍ଡ । ମଲର ପ୍ରଥମ ଓ ଦ୍ୱିତୀୟ ମହଲାରେ ଲାଗିଲା ନିଆଁ । ଏକ ଫ୍ୟାନରେ ସଟସର୍କିଟ୍ କାରଣରୁ ନିଆଁ ଲାଗିଥିବା କୁହାଯାଉଛି । ନିଆଁ ଲାଗିବା ପରେ ସମ୍ପୁର୍ଣ୍ଣ ମଲ ଧୁଆଁମୟ ହୋଇଯାଇଥିଲା। ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଛି ।ତେବେ ସୁରକ୍ଷା ଦୃଷ୍ଟିରୁ ସାଧାରଣ ଲୋକଙ୍କ ପାଇଁ ମଲ୍‌କୁ ବନ୍ଦ କରାଯାଇଛି।

ରଜ ପାଇଁ କେଶରୀ ମଲରେ ପ୍ରବଳ ଭିଡ଼ ଲାଗିରହିଥିଲା । ଏହି ସମୟରେ କେଶରୀ ମଲ୍‌ର ପ୍ରଥମ ଓ ଦ୍ୱିତୀୟ ମଲ୍‌ରେ ନିଆଁ ଲାଗିଥିବାର ଖବର ମିଳିଥିଲା । ଯାହାକୁ ଶୁଣି ମଲରେ ଥିବା ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଯାଇଥିଲା । ତେବେ ସର୍ଟ ସର୍କିଟ ଯୋଗୁଁ ମଲ୍‌ରେ ନିଆଁ ଲାଗିଥିବା କହାଯାଉଛି।

ସୂଚନାଯୋଗ୍ୟ ଗତ କିଛି ମାସ ତଳେ କେଶରୀ ମଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ରାତି ପ୍ରାୟ ସାଢ଼େ ୧୨ ସମୟରେ ନିଆଁ ଲାଗିଥିବା ବେଳେ ୪୫ ମିନିଟର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ମଲ୍‌ର ୬ରୁ ୭ଟି ଶୋ ରୁମ୍‌ରେ ନିଆଁ ଲାଗିଥିଲା ଏବଂ ବହୁ ପରିମାଣର ସାମଗ୍ରୀ ନଷ୍ଟ ହୋଇଥିଲା।

About The Author: The Sakala