ଝାରସୁଗୁଡା: ପୁଅର ଟାଙ୍ଗିଆ ଚୋଟରେ ବାପା ଗୁରୁତର । ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ କୁଡାବଗା ଗାଁରେ ଘଟିଛି ଏହି ଅଘଟଣ । ସୂଚାନ ଅନୁସାରେ, କୌଣସି କାରଣକୁ ନେଇ ପୁଅ ଛନ୍ଦାଚରଣ ମଲ୍ଲିକ ଏବଂ ବାପା ଥଣ୍ଡା ରାମ ମଲ୍ଲିକଙ୍କ ମଧ୍ୟ ଝଗଡ଼ା ହୋଇଥିଲା । ପରେ ଏହି ଝଗଡ଼ା ଉଗ୍ରରୂପ ନେଇଥିଲା । ପୁଅ ଛନ୍ଦାଚରଣ ଏକ ଟାଙ୍ଗିଆରେ ବାପା ଥଣ୍ଡାରାମଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଥଣ୍ଡା ରାମଙ୍କ ବେକରେ ଆଘାତ ଲାଗିଛି । ଛଡ଼ାଇବାକୁ ଆସିଥିବା ଗାଁର ଜଣେ ଯୁବକ ମଧ୍ୟ ଆକ୍ରମଣର ଶିକାର ହୋଇଛି । ଫଳରେ ଉଭୟ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଛନ୍ତି । ରେଙ୍ଗାଲି ପୋଲିସ ଘଟଣାସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିଛି ।