ପାରିବାରିକ କଳହରୁ ବୀଭତ୍ସ ହତ୍ଯା, ବାପାର ବୋମାମାଡ଼ରେ ଚାଲିଗଲା ସାନ ପୁଅର ଜୀବନ

ଖୋର୍ଦ୍ଧା: ବାପାର ବୋମା ମାଡ଼ରେ ସାନ ପୁଅର ମୃତ୍ୟୁ । ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସାହାସପୁର ଶାନ୍ତିନଗରରେ । ମୃତ ବ୍ୟକ୍ତି ଜଣଙ୍କ ହେଲେ ଦିବ୍ୟସିଂହ ରାଉତରାୟ। ଜମି ଭାଗବଣ୍ଟାକୁ କେନ୍ଦ୍ର କରି ଏଭଳି ବିବାଦ ଉପୁଜୁଥିବା ସୂଚନା ମିଳିଛି । ବାପା ଶଠ ରାଉତରାୟ ଓ ବଡ଼ ପୁଅ ସୁବାଷ ରାଉତରାୟଙ୍କୁ ପୁଲିସ ଅଟକ ରଖିଛି । ସୂଚନା ଅନୁସାରେ, ବାପା, ସାନ ପୁଅ […]

ଖୋର୍ଦ୍ଧା: ବାପାର ବୋମା ମାଡ଼ରେ ସାନ ପୁଅର ମୃତ୍ୟୁ । ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସାହାସପୁର ଶାନ୍ତିନଗରରେ । ମୃତ ବ୍ୟକ୍ତି ଜଣଙ୍କ ହେଲେ ଦିବ୍ୟସିଂହ ରାଉତରାୟ। ଜମି ଭାଗବଣ୍ଟାକୁ କେନ୍ଦ୍ର କରି ଏଭଳି ବିବାଦ ଉପୁଜୁଥିବା ସୂଚନା ମିଳିଛି । ବାପା ଶଠ ରାଉତରାୟ ଓ ବଡ଼ ପୁଅ ସୁବାଷ ରାଉତରାୟଙ୍କୁ ପୁଲିସ ଅଟକ ରଖିଛି ।

ସୂଚନା ଅନୁସାରେ, ବାପା, ସାନ ପୁଅ ଓ ବଡ ପୁଅ ମଧ୍ୟରେ ବହୁ ବର୍ଷ ଧରି ଜମି ବିବାଦ ଲାଗିରହିଥିଲା । କିନ୍ତୁ ଏହି ବିବାଦ ଆଜି ଭୟଙ୍କର ରୁପ ନେଇଥିଲା । ବାପା ସାନପୁଅ ବଡପୁଅଙ୍କ ମଧ୍ୟରେ ବହୁଦିନରୁ ବିବାଦ ଲାଗିରହିବା ବେଳେ ସେମାନେ ପରସ୍ପର ଅଲଗା ରହୁଥିଲେ । କିନ୍ତୁ ଆଜି ଏହି ଘଟଣା ବିବାଦ ରୁପ ନେଇଛି । ସମ୍ପତ୍ତି ବିବାଦକୁ ନେଇ ସାନ ପୁଅକୁ ବୋମାମାରି ବାପା ହତ୍ଯା କରିଥିବା ଜଣାପଡିଛି । ବାପା ସଠ ରାଉତରାୟ ବୋମାମାଡ଼ କରିଥିବା ବଡ଼ ପୁଅ ସୁବାସ ରାଉତରାୟଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ମାମଲାରେ ବାପା ସଠ ରାଉତରାୟ ଓ ବଡ଼ ପୁଅ ସୁବାସ ରାଉତରାୟଙ୍କୁ ପୋଲିସ ଅଟକ ରଖିଛି । ଘଟଣାସ୍ଥଳରୁ ବନ୍ଧୁକ ଜବତ କରି ତଦନ୍ତ ଜାରି ରଖିଛି ।

About The Author: The Sakala