ପ୍ରସିଦ୍ଧ ଶୁଲିଆଯାତ୍ରା, ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ

ବଲାଙ୍ଗୀର: ଆଜି ପ୍ରସିଦ୍ଧ ଶୁଲିଆଯାତ୍ରା । ଏନେଇ ଉତ୍ସବମୁଖର ବଲାଙ୍ଗୀର ଜିଲ୍ଲାର ଶୁଲିଆ ପୀଠ, ଖଇରଗୁଡ଼ା ଓ କୁମୁରିଆ ଶୁଲିଆ ପୀଠ। ହଜାର ହଜାର ପଶୁପକ୍ଷୀଙ୍କ ରକ୍ତରେ ରକ୍ତ ରଞ୍ଜିତ ହୋଇଛି ଶୁଲିଆ ପୀଠ । ଆଦିବାସୀମାନେ ଆଜି ପାରମ୍ପରିକ ବଳି ଦେଇ ବିଧି ପାଳନ କରିଛନ୍ତି । ଆଜି ସକାଳୁ ମୁଖ୍ୟ ପୂଜକ ଓ ଦେହୁରୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୀଠରେ ପହଞ୍ଚିଥିଲେ। ଶୁଲିଆ ଗୁଡିରୁ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୂଜକ ଓ ଦେହୁରୀମାନେ ଶୋଭାଯାତ୍ରାରେ […]

ବଲାଙ୍ଗୀର: ଆଜି ପ୍ରସିଦ୍ଧ ଶୁଲିଆଯାତ୍ରା । ଏନେଇ ଉତ୍ସବମୁଖର ବଲାଙ୍ଗୀର ଜିଲ୍ଲାର ଶୁଲିଆ ପୀଠ, ଖଇରଗୁଡ଼ା ଓ କୁମୁରିଆ ଶୁଲିଆ ପୀଠ। ହଜାର ହଜାର ପଶୁପକ୍ଷୀଙ୍କ ରକ୍ତରେ ରକ୍ତ ରଞ୍ଜିତ ହୋଇଛି ଶୁଲିଆ ପୀଠ । ଆଦିବାସୀମାନେ ଆଜି ପାରମ୍ପରିକ ବଳି ଦେଇ ବିଧି ପାଳନ କରିଛନ୍ତି । ଆଜି ସକାଳୁ ମୁଖ୍ୟ ପୂଜକ ଓ ଦେହୁରୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୀଠରେ ପହଞ୍ଚିଥିଲେ। ଶୁଲିଆ ଗୁଡିରୁ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୂଜକ ଓ ଦେହୁରୀମାନେ ଶୋଭାଯାତ୍ରାରେ ବାହାରି ଶୁଲିଆ ପୀଠରେ ପହଞ୍ଚିଥିଲେ। ଏଠାରେ ପୂଜାର୍ଚ୍ଚନା ପରେ ପ୍ରଥମେ କୁକୁଡ଼ା ବଳି ଦେଇ ଶୁଳିଆ ବୁଢାକୁ ଭୋଗ ଅର୍ପଣ କରାଯାଇଥିଲା । ପରେ ମାନସିକଧାରୀମାନେ ଆଣିଥିବା ମେଣ୍ଢା, କୁକୁଡ଼ା, ବତକକୁ ଶହ ଶହ ସଂଖ୍ୟାରେ ବଳି ଦିଆଯାଇଥିଲା । ସେପଟେ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶୁଲିଆ ପୀଠରେ ଏକାଧିକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

About The Author: The Sakala