ବିଫଳ ପ୍ରେମିକର ଉନ୍ମତ୍ତକାଣ୍ଡ : ଯୁବତୀଙ୍କ ଉପରେ ଏସିଡ୍‍ ଫିଙ୍ଗି ଫେରାର୍‍

ଭୁବନେଶ୍ୱର : ‘ତୁ ଏକ ମୋର। ଆଉ କାହାର ନୁହେଁ। ଯଦି ମନା କରିବୁ କାହାରିକୁ ଆଉ ମୁହଁ ଦେଖାଇପାରିବୁନି’। ଏକତରଫା ପ୍ରେମ କରି ବିଫଳ ହେବା ପରେ ଯୁବତୀଙ୍କୁ ଏଭଳି ଧମକ ଦେଇଥିଲା ଜଣେ ହତାସିଆ ପ୍ରେମିକ। ଶେଷରେ ନିରାଶ ହେବାରୁ ଯୁବତୀଙ୍କ ଉପରୁ ଏସିଡ୍‍ ଫିଙ୍ଗିଛନ୍ତି ପ୍ରେମରେ ଭାଙ୍ଗିପଡ଼ିଥିବା ଯୁବକ। ଏଭଳି ଘଟଣା ଘଟିଛି ଧଉଳି ଥାନା ଅଧୀନ ବାଲିଆପଡ଼ା ଗାଁରେ। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଠାରୁ […]

ଭୁବନେଶ୍ୱର : ‘ତୁ ଏକ ମୋର। ଆଉ କାହାର ନୁହେଁ। ଯଦି ମନା କରିବୁ କାହାରିକୁ ଆଉ ମୁହଁ ଦେଖାଇପାରିବୁନି’। ଏକତରଫା ପ୍ରେମ କରି ବିଫଳ ହେବା ପରେ ଯୁବତୀଙ୍କୁ ଏଭଳି ଧମକ ଦେଇଥିଲା ଜଣେ ହତାସିଆ ପ୍ରେମିକ। ଶେଷରେ ନିରାଶ ହେବାରୁ ଯୁବତୀଙ୍କ ଉପରୁ ଏସିଡ୍‍ ଫିଙ୍ଗିଛନ୍ତି ପ୍ରେମରେ ଭାଙ୍ଗିପଡ଼ିଥିବା ଯୁବକ। ଏଭଳି ଘଟଣା ଘଟିଛି ଧଉଳି ଥାନା ଅଧୀନ ବାଲିଆପଡ଼ା ଗାଁରେ। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ବାଲିଆପଡ଼ାର ଜଣେ ଯୁବତୀଙ୍କୁ ଜଣେ ଯୁବକ ପ୍ରେମ ନିବେଦନ କରିଥିଲେ। କିନ୍ତୁ ଯୁବତୀ ବାରଣ କରିବା ପରେ ହତାଶିଆ ପ୍ରେମିକ ସବୁବେଳେ ଯୁବତୀଙ୍କୁ ହଇରାଣ ହରକତ କରୁଥିଲେ।

ଆଜି ପୁଣି ଆସି ଯୁବତୀଙ୍କୁ ପ୍ରେମ ନିବେଦନ କରିବା ପରେ ସେ ମନା କରିଦେଇଥିଲେ। ଏହାପରେ ପ୍ରେମିକ ତାଙ୍କୁ ଧମକଚମକ ଦେଇ ପଳାଇଥିଲା। ତେବେ ଅପରାହ୍ଣରେ ଯୁବତୀ ଏକୁଟିଆ ଛିଡ଼ା ହୋଇଥିବା ବେଳେ ଯୁବକ ଆସି ତାଙ୍କ ଉପରକୁ ଏସିଡ୍‍ ଫୋପାଡି ଦେଇଥିଲେ। ତାଙ୍କ ଦେହର କିଛି ଅଂଶ ପୋଡ଼ିଯିବା ସହ ଗୁରୁତର ଆହତ ହୋଇଥିଲେ। ରୁପାଲିଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭତ୍ତି କରାଯାଇଥିଲା। ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି। ସେପଟେ ଏସିଡ୍‍ ଫିଙ୍ଗି ହତାସିଆ ପ୍ରେମିକ ଫେରାର୍‍ ହୋଇଯାଇଛି। ଏନେଇ ଥାନାରେ ଅଭିଯୋଗ କରିବା ପରେ ଧଉଳି ଥାନା ପୁଲିସ ତଦନ୍ତ କରୁଛି।

About The Author: The Sakala