ସ୍ୱତନ୍ତ୍ର ଓଜେଇଇ ଆବେଦନ ଅବଧି ବୃଦ୍ଧି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ଲାଗି ଦ୍ୱିତୀୟ ପର୍ଯ୍ୟାୟ ତଥା ସ୍ୱତନ୍ତ୍ର ଓଜେଇଇ(ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା) ପାଇଁ ପଞ୍ଜୀକରଣ ଅବଧି ବୃଦ୍ଧି ହୋଇଛି। ଆସନ୍ତା ୧୪ ତାରିଖ ଯାଏଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ତେବେ ଅଗଷ୍ଟ ୧ ତାରିଖରୁ ସ୍ୱତନ୍ତ୍ର ଓଜେଇଇ ଲାଗି ଆବେଦନ ଆରମ୍ଭ ହୋଇଥିବା ବେଳେ ୭ ତାରିଖ ଆବେଦନ ପାଇଁ ଶେଷ ଦିନ ରହିଥିଲା। ପୂର୍ବରୁ ଜେଇଇ ମେନ ଓ ଓଜେଇଇ ଦେଇଥିବା ଛାତ୍ରଛାତ୍ରୀ ସ୍ୱତନ୍ତ୍ର […]

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ଲାଗି ଦ୍ୱିତୀୟ ପର୍ଯ୍ୟାୟ ତଥା ସ୍ୱତନ୍ତ୍ର ଓଜେଇଇ(ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା) ପାଇଁ ପଞ୍ଜୀକରଣ ଅବଧି ବୃଦ୍ଧି ହୋଇଛି। ଆସନ୍ତା ୧୪ ତାରିଖ ଯାଏଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ତେବେ ଅଗଷ୍ଟ ୧ ତାରିଖରୁ ସ୍ୱତନ୍ତ୍ର ଓଜେଇଇ ଲାଗି ଆବେଦନ ଆରମ୍ଭ ହୋଇଥିବା ବେଳେ ୭ ତାରିଖ ଆବେଦନ ପାଇଁ ଶେଷ ଦିନ ରହିଥିଲା। ପୂର୍ବରୁ ଜେଇଇ ମେନ ଓ ଓଜେଇଇ ଦେଇଥିବା ଛାତ୍ରଛାତ୍ରୀ ସ୍ୱତନ୍ତ୍ର ଓଜେଇଇ ଦେବାର କୌଣସି ଆବଶ୍ୟକତା ନାହିଁ। ଅପରପକ୍ଷେ ପ୍ରଥମ ପର୍ଯ୍ୟାୟ ଜେଇଇ ପାଇଁ କାଉନ୍ସେଲିଂ ପ୍ରକ୍ରିୟା ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ। ଛାତ୍ରଛାତ୍ରୀ ଆବେଦନ ସମ୍ପର୍କିତ ସମସ୍ତ ତଥ୍ୟ www.ojee.nic.in ମାଧ୍ୟମରେ ପାଇ ପାରିବେ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

About The Author: The Sakala