ବାଣ ଗୋଦାମରେ ବିସ୍ଫୋରଣ: ୫ ଗୁରୁତରଙ୍କ ସମେତ ୧୧ ଆହତ…

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ରାସ୍ତାରେ ହଳଦୀ ଡିହ ବାଇପାସ ନିକଟ ବାଣ ଗୋଦାମରେ ବିସ୍ଫୋରଣ। ଏହି ବିସ୍ଫୋରଣରେ ୧୧ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ଯରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଗୁରୁତଙ୍କୁ ଭଦ୍ରକ ଜିଲ୍ଳା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଗୁରୁତରଙ୍କ ମଧ୍ୟରେ ୪ଜଣ ମହିଳା ଥିବାବେଳେ ଜଣେ ନାବାଳକ ରହିଥିବା ସୂଚନା ମିଳିଛି। ନାବାଳକକୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି। […]

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ରାସ୍ତାରେ ହଳଦୀ ଡିହ ବାଇପାସ ନିକଟ ବାଣ ଗୋଦାମରେ ବିସ୍ଫୋରଣ। ଏହି ବିସ୍ଫୋରଣରେ ୧୧ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ଯରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଗୁରୁତଙ୍କୁ ଭଦ୍ରକ ଜିଲ୍ଳା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଗୁରୁତରଙ୍କ ମଧ୍ୟରେ ୪ଜଣ ମହିଳା ଥିବାବେଳେ ଜଣେ ନାବାଳକ ରହିଥିବା ସୂଚନା ମିଳିଛି। ନାବାଳକକୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଉଦ୍ଧାର କାର୍ଯ୍ୟରେ ୨ ଟି ୧୦୮ ଆମ୍ବୁଲାନ୍ସ  ନିୟୋଜିତ ରହିଥିଲା।

ଖବର ଅନୁଯାୟୀ, ଆଜି ସକାଳ ପ୍ରାୟ ୯ ଟା ସମୟରେ ଭଦ୍ରକ ଚାନ୍ଦବାଲି ରାସ୍ତାରେ ହଳଦୀ ଡିହ ବାଇପାସ ନିକଟରେ ଥିବା ବାଣ ଗୋଦାମରେ କୌଣସି କାରଣବଶତଃ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ସ୍ଥାନୀୟ ଲୋକମାନେ ଜାଣିବାକୁ ପାଇଥିଲେ ଯେ ବାଣ ଗୋଦାମରେ ଅଗ୍ନିକାଣ୍ଡ ଘଟି ବିସ୍ପୋରଣ ଘଟିଛି। ଏହି ବିସ୍ଫୋରଣରେ ବାଣ ଗୋଦାମ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି। ବାଣ ଭିଡୁ ଥିବାବେଳେ ବିସ୍ପୋରଣ ଘଟିଥିବା ନେଇ ସ୍ଥାନୀୟଲୋକେ କହିଛନ୍ତି। ତେବେ ଏହି ଗୋଦାମରେ କାମ କରୁଥିବା ପାଖାପାଖି ୧୧ ଜଣ ଲୋକ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୫ଜଣ ଗୁରୁତରଙ୍କୁ ଭଦ୍ରକ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି।

About The Author: The Sakala