ବଢିଲା ବିଜେଡିର ଜନସମ୍ପର୍କ ପଦଯାତ୍ରା ଅବଧି, ଡିସେମ୍ବର ୨୫ ଯାଏଁ ଚାଲିବ କାର୍ଯ୍ୟକ୍ରମ

ଭୁବନେଶ୍ବର: ବିଜେଡିର ଜନସମ୍ପର୍କ ପଦଯାତ୍ରା ଅବଧି ବଢିଲା। ଏହି ଅବଧି ବଢିଥିବା ନଇ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ସୂଚନା ଦେଇଛନ୍ତି। ଆଗକୁ ୨୪ ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଡିସେମ୍ବର ୨୫ ଯାଏ ଆମେ ଲୋକଙ୍କ ପାଖକୁ ଯିବୁ। ସରକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବୁ। ସମସ୍ତେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଜନସମ୍ପର୍କ ପଦଯାତ୍ରା କରୁଛନ୍ତି। ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇ ଦଳ […]

ଭୁବନେଶ୍ବର: ବିଜେଡିର ଜନସମ୍ପର୍କ ପଦଯାତ୍ରା ଅବଧି ବଢିଲା। ଏହି ଅବଧି ବଢିଥିବା ନଇ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ସୂଚନା ଦେଇଛନ୍ତି। ଆଗକୁ ୨୪ ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଡିସେମ୍ବର ୨୫ ଯାଏ ଆମେ ଲୋକଙ୍କ ପାଖକୁ ଯିବୁ। ସରକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବୁ। ସମସ୍ତେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଜନସମ୍ପର୍କ ପଦଯାତ୍ରା କରୁଛନ୍ତି। ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇ ଦଳ ଲୋକଙ୍କ ଭରଷା ଜିଣୁଛି। ଲୋକଙ୍କ ସମସ୍ୟା କଣ ରହିଛି ତାର ସମାଧାନ କରିବା ଦିଗରେ ଗୁରୁତ୍ବ ଦେବୁ। ବିକାଶକୁ ବିଶ୍ୱାସ କରେ ବିଜେଡି। ଲୋକଙ୍କ ମୁଣ୍ଡ ପିଛା ଆୟ ବଢ଼ିଛି। ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଆର୍ଥିକ ସମୃଦ୍ଧି ହୋଇଛି। ରାଜ୍ୟର ବଜେଟ ମଧ୍ୟ ବଢ଼ିଛି। ବିଜେଡିକୁ ଶୁଭ ସଙ୍କେତ ଲୋକଙ୍କଠୁ ମିଳୁଛି। ଆଗକୁ ମଧ୍ୟ ଏଭଳି ବିକାଶ କାର୍ଯ୍ୟ ଜାରି ରହିବ। ଲୋକେ ପୁଣି ତାଙ୍କୁ ମୁଖ୍ୟମନ୍ତ୍ରୀ କରିବେ ବୋଲି ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତ।

 

About The Author: The Sakala