ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ପୁରୀ: ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍। ନୋ ଫ୍ଲାଇଂ ଜୋନରେ ପୁଣି ଉଡ଼ିଲା ଡ୍ରୋନ। ଆଜି ଭୋର ସମୟରେ ଶ୍ରୀମନ୍ଦିର ଚୁଡ଼ାର ଉପରି ଭାଗରେ ଡ୍ରୋନ ଉଡ଼ୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଶ୍ରୀମନ୍ଦିର‌ ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଶ୍ରୀମନ୍ଦିର ଚୁଡ଼ାରୁ ଆରମ୍ଭ କରି ଶ୍ରୀମନ୍ଦିର ଚାରିପଟେ ଘୁରିବୁଲୁଥିଲା ଡ୍ରୋନ। ନୋ ଫ୍ଲାଇଂ ଜୋନ ରେ ଡ୍‌ରୋନ ଉଡିବା ନେଇ […]

ପୁରୀ: ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍। ନୋ ଫ୍ଲାଇଂ ଜୋନରେ ପୁଣି ଉଡ଼ିଲା ଡ୍ରୋନ। ଆଜି ଭୋର ସମୟରେ ଶ୍ରୀମନ୍ଦିର ଚୁଡ଼ାର ଉପରି ଭାଗରେ ଡ୍ରୋନ ଉଡ଼ୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଶ୍ରୀମନ୍ଦିର‌ ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଶ୍ରୀମନ୍ଦିର ଚୁଡ଼ାରୁ ଆରମ୍ଭ କରି ଶ୍ରୀମନ୍ଦିର ଚାରିପଟେ ଘୁରିବୁଲୁଥିଲା ଡ୍ରୋନ। ନୋ ଫ୍ଲାଇଂ ଜୋନ ରେ ଡ୍‌ରୋନ ଉଡିବା ନେଇ ସୁରକ୍ଷା କର୍ମୀ ବା ପୋଲିସ ପାଖରେ ଖବର ଅଛି କି ନା ନାହିଁ ତାହା ଏବେ ବଡ ପ୍ରଶ୍ନବାଚୀ। ଭୋର ୪ଟା ସମୟରେ ଡ୍ରୋନ ଉଡ଼ୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଦୋଳମଣ୍ଡପ ସାହିରୁ ପ୍ରଥମେ ଡ୍ରୋନଟି ଉଡ଼ିଆସି ମେଘନାଦ ପାଚେରୀ, ଚାରିପଟେ ବୁଲୁଥିଲା। ପରେ ୧୦୦ ଫୁଟ ଉଚ୍ଚକୁ ଯାଇ ଦଧିନଉତି ଓ ନୀଳଚକ୍ର ଉପରେ ବୁଲୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।

ପୂର୍ବରୁ ଅନେକ ଥର ଏଭଳି ଘଟଣା ଯୋଗୁଁ ଡ୍ରୋନ୍ ଉଡାଇଥିବା ବ୍ୟକ୍ତି ବା ସଂସ୍ଥା ଅଡ଼ୁଆରେ ଫଶିଥିଲେ। ତେବେ ଗତବର୍ଷ ଜଣେ ୟୁଟ୍ୟୁବର୍ ଡ୍ରୋନ୍ ଉଡ଼ାଇ ଭିଡିଓ ଫୋଟୋ ଉତ୍ତୋଳନ ଘଟଣାକୁ ନେଇ ତମ୍ବି ତୋଫାନ ହୋଇଥିଲା। ୟୁଟ୍ୟୁବର୍‌ ଜଣକ ବିରୋଧରେ ମାମଲା ରୁଜୁ କରାଯାଇଥିବାବେଳେ ଶ୍ରୀମନ୍ଦିର ଓ ଏହାର ୧୦୦ ମିଟର ପରିଧିରେ ନୋ ଫ୍ଲାଇଙ୍ଗ ଜୋନ ବୋଲି ସ୍ପଷ୍ଟ କରାଯାଇଥିଲା। ଲୋକଙ୍କୁ ସଚେତନ ମଧ୍ୟ କରାଯାଇଥିଲା । ତେବେ ପୁଣି ତ୍ରିସ୍ତରୀୟ ସୁରକ୍ଷାର ନାକ ତଳେ ଏଭଳି ଘଟଣା କିପରି ଘଟିଲା ସେନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ପୋଲିସର ଢିଲା ପଣିଆ ଓ ଖାମଖିଆଲ ମନୋଭାବ ଯୋଗୁଁ ଏପରି ଘଟି ଥାଇପାରେ ବୋଲି ସହରରେ ଚର୍ଚ୍ଚା ଜୋର ଧରିଛି ।

About The Author: The Sakala