ରେଢାଖୋଲରେ ଚାଞ୍ଚଲ୍ୟ; ଶୋଇଥିବା ବେଳେ ଘରେ ପଶି ଦମ୍ପତ୍ତିଙ୍କୁ ଟାଙ୍ଗିଆରେ ହାଣି ବିଭତ୍ସ ହତ୍ୟା

ରେଢ଼ାଖୋଲ: ରେଢାଖୋଲରେ ଚାଞ୍ଚଲ୍ୟ । ଶୋଇଥିବା ବେଳେ ସ୍ୱାମୀ ସ୍ତ୍ରୀଙ୍କୁ ନିର୍ମମ ହତ୍ୟା । ରେଢ଼ାଖୋଲ ଥାନା ପାଣ୍ଡରିଶିଳା ଗ୍ରାମରେ ଘରେ ଶୋଇଥିବା ବେଳେ ସ୍ୱାମୀ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି । ଘର ଭିତରୁ ରକ୍ତାତ ମୃତଦେହ ଜବତ କରିଛି ପୋଲିସ । ଖବର ପାଇ ପୁଲିସ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ଘର ଭିତରୁ ଉଭୟଙ୍କ ରକ୍ତାକ୍ତ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି […]

ରେଢ଼ାଖୋଲ: ରେଢାଖୋଲରେ ଚାଞ୍ଚଲ୍ୟ । ଶୋଇଥିବା ବେଳେ ସ୍ୱାମୀ ସ୍ତ୍ରୀଙ୍କୁ ନିର୍ମମ ହତ୍ୟା । ରେଢ଼ାଖୋଲ ଥାନା ପାଣ୍ଡରିଶିଳା ଗ୍ରାମରେ ଘରେ ଶୋଇଥିବା ବେଳେ ସ୍ୱାମୀ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି । ଘର ଭିତରୁ ରକ୍ତାତ ମୃତଦେହ ଜବତ କରିଛି ପୋଲିସ । ଖବର ପାଇ ପୁଲିସ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ଘର ଭିତରୁ ଉଭୟଙ୍କ ରକ୍ତାକ୍ତ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତକ ଦୁଇ ଜଣ ହେଲେ ପାଣ୍ଡ୍ରିଶିଳା ଗାଁର ସ୍ୱାମୀ ସ୍ତ୍ରୀ ଆଭାରମ କୁଜୁର ଓ କୁଆଁରୀ କୁଜୁର । ତେବେ ହତ୍ୟାକାଣ୍ଡର କାରଣ ଏବଂ କିଏ କରିଛି ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ ।

About The Author: The Sakala