ନବଜାତ ଶିଶୁକୁ ମୃତ ଘୋଷଣା କଲେ ଡାକ୍ତର, ମାଟିଖୋଳି ପୋତିବା ସମୟରେ କାନ୍ଦିଉଠିଲା ଶିଶୁ

କରଞ୍ଜିଆ : ନବଜାତ ଶିଶୁକୁ ମୃତ ଘୋଷଣା କଲେ ଡାକ୍ତର। ଡାକ୍ତର ମୃତ୍ୟୁ ଘୋଷଣା କରିବା ପରେ ପରିବାର ଲୋକ ଶିଶୁଟିକୁ ଗାଁକୁ ଆଣି ପୋତିବା ପାଇଁ ମାଟି ଖୋଳିବା ସମୟରେ କାନ୍ଦି ଉଠିଲା ଶିଶୁ। ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଖଡିକାପଦା ଅଞ୍ଚଳରେ । ଆଜି କେନ୍ଦୁଝର ଜିଲ୍ଲାର ଖଡିକାପଦା ଗ୍ରାମର ସୁନିଆ ମୁଣ୍ଡାଙ୍କ ପନ୍ତ୍ରୀ ରାଇମଣି ମୁଣ୍ଡା ଗର୍ଭଯନ୍ତ୍ରଣା ହେବାରୁ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଆସିଥିଲେ। ସେଠାରେ […]

କରଞ୍ଜିଆ : ନବଜାତ ଶିଶୁକୁ ମୃତ ଘୋଷଣା କଲେ ଡାକ୍ତର। ଡାକ୍ତର ମୃତ୍ୟୁ ଘୋଷଣା କରିବା ପରେ ପରିବାର ଲୋକ ଶିଶୁଟିକୁ ଗାଁକୁ ଆଣି ପୋତିବା ପାଇଁ ମାଟି ଖୋଳିବା ସମୟରେ କାନ୍ଦି ଉଠିଲା ଶିଶୁ। ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଖଡିକାପଦା ଅଞ୍ଚଳରେ । ଆଜି କେନ୍ଦୁଝର ଜିଲ୍ଲାର ଖଡିକାପଦା ଗ୍ରାମର ସୁନିଆ ମୁଣ୍ଡାଙ୍କ ପନ୍ତ୍ରୀ ରାଇମଣି ମୁଣ୍ଡା ଗର୍ଭଯନ୍ତ୍ରଣା ହେବାରୁ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଆସିଥିଲେ। ସେଠାରେ ଆଜି ଅପରାହ୍ନ ୨.୦୬ ମିନିଟ ସମୟରେ ରାଇମଣି ମୁଣ୍ଡା ଏକ ଶିଶୁକୁ ଜନ୍ମ ଦେଇଥିଲେ।

ଶିଶୁଟି ଜନ୍ମ ନେବା ପରେ ମେଡ଼ିକାଲ କର୍ତ୍ତୃପକ୍ଷ ମୃତ୍ୟୁ ଘୋଷଣା କରିବା ସହିତ ଏକ ବ୍ୟାଗ ରେ ପୁରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।ଏହାପରେ ମୃତ ଶିଶୁଙ୍କ ପରିବାର ଛୁଆକୁ ନେଇ ନିଜ ପୈତୃକ ଗ୍ରାମ କେନ୍ଦୁଝର ଜିଲ୍ଲାର ଖଡିକାପଦା ଗ୍ରାମରେ ମାଟିଖୋଳି ପୋତିବା ପାଇଁ ଯାଉଥିବା ବେଳେ ଛୁଆଟି କାନ୍ଦିଥିଲା ଫଳରେ ପରିବାର ଲୋକେ ଛୁଆକୁ ଧରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ଆଣିଥିଲେ। ଡାକ୍ତର ଦେଖିବା ପରେ ଶିଶୁଟି ବଞ୍ଚିଥିବା ଜଣାପଡିଥିଲା।

ତେବେ ଶିଶୁଟି ଜୀବିତ ଥିବା ସମୟରେ ଡାକ୍ତର କିପରି ମୃତ ଘୋଷଣା କଳେ ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏପରି ଦାଇତ୍ଵହୀନ କାର୍ଯ୍ୟ କରିଥିବା କର୍ମଚାରୀ ଏବଂ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଶିଶୁଟିର ପରିବାର ଲୋକ। ଏ ସମ୍ପର୍କରେ କରଂଜିଆ ଉପଖଣ୍ଡ ଚିକିତ୍ସାଲୟର କର୍ମଚାରୀ କିମ୍ବା ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ରୁପଭାନୁ ମିଶ୍ର କହିଛନ୍ତି ଘଟଣା ସମ୍ପର୍କାରେ ମୁଁ ଗଣାମଧ୍ୟମ ପ୍ରତିନିଧିଙ୍କ ଠୁ ଜାଣିବାକୁ ପାଇଛି। ଘଟଣା ସମ୍ପର୍କରେ ଖୁବ ଶୀଘ୍ର ତଦନ୍ତ କରାଯାଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

About The Author: The Sakala