ଭିଜିଲାନ୍ସ ଜାଲରେ ଦିଗପହଣ୍ଡି ରେଞ୍ଜର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ ଚଢ଼ାଉ

ଦିଗପହଣ୍ଡି: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଭିଜିଲାନ୍ସ ଜାଲରେ ଦିଗପହଣ୍ଡି ରେଞ୍ଜର କାନ୍ହୁ ଚରଣ ପଟନାୟକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ହୋଇଛି। କାନ୍ହୁ ଚରଣଙ୍କ ଘର ସମେତ ଦିଗପହଣ୍ଡି ସରକାରୀ କାର୍ଯ୍ୟାଳୟ ଏବଂ ସରକାରୀ ବାସଭବନରେ ଚାଲିଛି ଭିଜିଲାନ୍ସର ଚଢ଼ାଉ । ବ୍ରହ୍ମପୁରର ୬ ଜଣିଆ ଟିମ ଚଢ଼ାଉ କରୁଛନ୍ତି । ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଦିଗପହଣ୍ଡି କାର୍ଯ୍ୟାଳୟରୁ ଘରକୁ ଫେରୁଥିବା ବେଳେ ଗଣିଆନାଳ ଛକରେ ବ୍ରହ୍ମପୁର ଭିଜିଲାନ୍ସ […]

ଦିଗପହଣ୍ଡି: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଭିଜିଲାନ୍ସ ଜାଲରେ ଦିଗପହଣ୍ଡି ରେଞ୍ଜର କାନ୍ହୁ ଚରଣ ପଟନାୟକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ହୋଇଛି। କାନ୍ହୁ ଚରଣଙ୍କ ଘର ସମେତ ଦିଗପହଣ୍ଡି ସରକାରୀ କାର୍ଯ୍ୟାଳୟ ଏବଂ ସରକାରୀ ବାସଭବନରେ ଚାଲିଛି ଭିଜିଲାନ୍ସର ଚଢ଼ାଉ । ବ୍ରହ୍ମପୁରର ୬ ଜଣିଆ ଟିମ ଚଢ଼ାଉ କରୁଛନ୍ତି ।

ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଦିଗପହଣ୍ଡି କାର୍ଯ୍ୟାଳୟରୁ ଘରକୁ ଫେରୁଥିବା ବେଳେ ଗଣିଆନାଳ ଛକରେ ବ୍ରହ୍ମପୁର ଭିଜିଲାନ୍ସ ଟିମ କରିଛି ଚଢ଼ାଉ । ଗାଡ଼ିରେ ନଗଦ ଟଙ୍କା ଏବଂ ସରକାରୀ ବାସଭବନ ସମେତ ଘରୁ ଟଙ୍କା ଜବତ ହୋଇଥିବା ସୂଚନା । ତେବେ ରାତି ତମାମ ଭିଜିଲାନ୍ସ ଟିମ ତଦନ୍ତ କରୁଥିବା ବେଳେ ଦିଗପହଣ୍ଡି କାର୍ଯ୍ୟାଳୟ ଏବଂ ସରକାରୀ ବାସଭବନରେ ରାତି ୨ଟା ବେଳେ ୬ ଜଣିଆ ଟିମ ତଦନ୍ତ କରିଛନ୍ତି । ତେବେ ଆଜି ବ୍ରହ୍ମପୁର ତୁଳସୀ ନଗର ସ୍ଥିତ ୭ ଲାଇନରେ ଚଢ଼ାଉ ପକ୍ରିୟା ଜାରି ରହିଥିବା ଜଣାପଡିଛି । ତେବେ ଟଙ୍କା କୋଉଠୁ ଆଣିଲେ ତାହା ପଚରାଉଚରା ସହ ସ୍ଥାବର ଅସ୍ତ।ବର ସମ୍ପତିର ଚାଲିଛି ତଦନ୍ତ ।

About The Author: The Sakala