ରାଉରକେଲାରେ ବଢୁଛି ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା: ୪ ମୃତ୍ୟୁ, ଶତାଧିକ ହସ୍ପିଟାଲରେ ଭର୍ତ୍ତି

ରାଉରକେଲା: ରାଉରକେଲା ସହରରେ ବଢୁଛି ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା। ଏହି ଆକ୍ରାନ୍ତରେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆକ୍ରାନ୍ତ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଝାଡ଼ାବାନ୍ତିର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜନସ୍ବାସ୍ଥ୍ୟ ବିଭାଗ ଓ ରାଉରକେଲା ମହାନଗର ନିଗମ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ନ ପାଇବା ପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ ସହରର ବିଭିନ୍ନ ବସ୍ତି ଅଞ୍ଚଳରେ […]

ରାଉରକେଲା: ରାଉରକେଲା ସହରରେ ବଢୁଛି ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା। ଏହି ଆକ୍ରାନ୍ତରେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆକ୍ରାନ୍ତ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଝାଡ଼ାବାନ୍ତିର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜନସ୍ବାସ୍ଥ୍ୟ ବିଭାଗ ଓ ରାଉରକେଲା ମହାନଗର ନିଗମ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ନ ପାଇବା ପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ ସହରର ବିଭିନ୍ନ ବସ୍ତି ଅଞ୍ଚଳରେ ଔଷଧ ବଣ୍ଟନ ଆରମ୍ଭ ହୋଇଛି।

ମୃତ୍ୟୁ ଘଟିଥିବା ୪ ଆକ୍ରାନ୍ତଙ୍କ ନାଁ ଗ୍ଲାସନ ସମାନ୍ତ (୩୮), ନାନସୀ ଦୁବେ(୭୫), ଫୁଲଟୋଲୀ ଗୌଡ(୨୩) ଓ ଅହଲ୍ୟା ନାୟକ (୭୦) ।

About The Author: The Sakala