ଆଜିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା; ଗୁରୁବ୍ରହ୍ମ ମହିମା ଅଲେଖ ଧ୍ୱନୀରେ ପ୍ରକମ୍ପିତ ହେଉଛି ମହିମାଗାଦିର ଗଗନପବନ

ଢେଙ୍କାନାଳ: ଆଜିଠାରୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ମାଘମେଳା। ଗୁରୁବ୍ରହ୍ମ ମହିମା ଅଲେଖ ଧ୍ୱନୀରେ ମହିମାଗାଦିର ଗଗନପବନ ପ୍ରକମ୍ପିତ ହୋଇଉଠୁଛି। ବିଶ୍ୱକଲ୍ୟାଣ ଉଦ୍ଦେଶ୍ୟରେ ଗାଦି ମନ୍ଦିରର ଚାରିଦ୍ୱାରରେ ଶୂନ୍ୟପ୍ରଭୁଙ୍କ ଉଦ୍ଦେଶ୍ୟରେ ଧ୍ୱନି ମନ୍ଦିର, ଅଖଣ୍ଡଜ୍ୟୋତି ମନ୍ଦିର, ଶୂନ୍ୟ ମନ୍ଦିର, ଏକୋଇଶହାତିଆ ଟୁଙ୍ଗି ମନ୍ଦିରରେ ଝାଡଦୀପ ପ୍ରଜ୍ଜ୍ୱଳିତ କରାଯାଇଥାଏ। ଝାଡଦୀପ ପ୍ରଜ୍ଜ୍ୱଳନ ପରେ ସାଧୁସନ୍ଥ, ଶ୍ରଦ୍ଧାଳୁଙ୍କ ସମାଗମରେ ଗାଦି ମନ୍ଦିରରେ ଭକ୍ତିଭାବମୟ ପରିବେଶ ସୃଷ୍ଟିହୋଇଛି। ଏହି ମେଳାକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଲୋକ ବ୍ୟବସ୍ଥା, ଶୌଚାଳୟ, […]

ଢେଙ୍କାନାଳ: ଆଜିଠାରୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ମାଘମେଳା। ଗୁରୁବ୍ରହ୍ମ ମହିମା ଅଲେଖ ଧ୍ୱନୀରେ ମହିମାଗାଦିର ଗଗନପବନ ପ୍ରକମ୍ପିତ ହୋଇଉଠୁଛି। ବିଶ୍ୱକଲ୍ୟାଣ ଉଦ୍ଦେଶ୍ୟରେ ଗାଦି ମନ୍ଦିରର ଚାରିଦ୍ୱାରରେ ଶୂନ୍ୟପ୍ରଭୁଙ୍କ ଉଦ୍ଦେଶ୍ୟରେ ଧ୍ୱନି ମନ୍ଦିର, ଅଖଣ୍ଡଜ୍ୟୋତି ମନ୍ଦିର, ଶୂନ୍ୟ ମନ୍ଦିର, ଏକୋଇଶହାତିଆ ଟୁଙ୍ଗି ମନ୍ଦିରରେ ଝାଡଦୀପ ପ୍ରଜ୍ଜ୍ୱଳିତ କରାଯାଇଥାଏ। ଝାଡଦୀପ ପ୍ରଜ୍ଜ୍ୱଳନ ପରେ ସାଧୁସନ୍ଥ, ଶ୍ରଦ୍ଧାଳୁଙ୍କ ସମାଗମରେ ଗାଦି ମନ୍ଦିରରେ ଭକ୍ତିଭାବମୟ ପରିବେଶ ସୃଷ୍ଟିହୋଇଛି।

ଏହି ମେଳାକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଲୋକ ବ୍ୟବସ୍ଥା, ଶୌଚାଳୟ, ପାନୀୟ ଜଳର ବ୍ୟବସ୍ଥା କରାଯାଇଥିବା ବେଳେ ପୁଲିସ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ମହିମା ଗାଦିରେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ଛତିଶଗଡ଼, ନେପାଳରୁ ହାଜର ହାଜର ସଂଖ୍ୟକ ଶ୍ରଦ୍ଧାଳୁ ଆସି ପହଞ୍ଚିଛନ୍ତି। ମେଳାରେ ୩ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବ ବୋଲି ଜଣାପଡ଼ିଛି।

About The Author: The Sakala