ଢେଙ୍କାନାଳ: ଢେଙ୍କାନାଳ ସହରର ଲକ୍ଷ୍ମୀ ବଜାରର ମଲ୍ଲାସାହିରେ ଘଟିଛି ଅଭାବନୀୟ ଘଟଣା । ମଲ୍ଲାସାହିର ଦୁଇ ଜଣ ଶିଶୁ ସାହି ପୋଖରୀରେ ଗାଧାଉଥିବା ବେଳେ ବୁଡି ଯାଇଥିଲେ। ତେବେ ସ୍ଥାନୀୟ ଲୋକେ ଶିଶୁମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଶିଶୁ ଜଣଙ୍କ ମଲ୍ଲାସାହି ତ୍ରିଲୋଚନ ବେହେରାଙ୍କ ୧୩ ବର୍ଷର ପୁଅ ଗୁଡୁଲୁ ବୋଲି ଜଣାପଡିଛି । ତେବେ ଉଦ୍ଧାର ହୋଇଥିବା ଶିଶୁ ଜଣଙ୍କ ପଞ୍ଚାନନ ବେହେରାଙ୍କ ପୁଅ ସୁଡୁଲୁ ବୋଲି ଜଣାପଡିଛି । ସୁଡୁଲୁକୁ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେ ବିପଦ ମୁକ୍ତ ଥିବା ଜଣାପଡିଛି।