ସମ୍ବଲପୁର: ସମ୍ବଲପୁରରେ ସାମ୍ବାଦିକ ସମ୍ମିଳନୀ ପରେ ହଟହଟା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ରଙ୍କୁ ଘେରିଲେ ଉଜ୍ଜଳା ଦିଦି। ନିଯୁକ୍ତି ଦେଇ ନିର୍ବାଚନ ଜିତିଲ। ପାରିଶ୍ରମିକ ନ ଦେଇ କାହିଁକି ଠକିଲ ବୋଲି ପ୍ରଶ୍ନ କଲେ ଉଜ୍ଜଳା ଦିଦି। ଏହାର ଜବାବ ଦେଇ ନ ପାରି ମହିଳାଙ୍କୁ ଦେଖି ତରତର ହୋଇ ଗାଡିରେ ବସି ଚାଲିଯାଇଥିଲେ ଧର୍ମେନ୍ଦ୍ର। ଆଜି ସମ୍ବଲପୁରରେ ହୋଟେଲ ହରଜିତ୍ ରେସିଡେନ୍ସିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରୁଥିଲେ। ଠିକ୍ ଏହି ସମୟରେ ଉଜ୍ଜଳା ଦିଦିମାନେ ସେଠାରେ ପହଞ୍ଚି ମନ୍ତ୍ରୀଙ୍କ ସହ ଆଲୋଚନା କରିବା ପାଇଁ ଚେଷ୍ଟା କରୁଥିଲେ। ହେଲେ ମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରିବେ କଣ ସେମାନଙ୍କୁ ଆଡେଇ ଚାଲିଯାଇଥିଲେ। ମନ୍ତ୍ରୀଙ୍କ ଗାଡିକୁ ଘେରିବା ପାଇଁ ଉଜ୍ଜାଳା ଦିଦିମାନେ ପଛେପଛେ ଗୋଡେଇବାରୁ ମନ୍ତ୍ରୀ ସେଠାରୁ ତୁରନ୍ତ ଚାଲିଯାଇଥିଲେ। ପରେ ଉଜ୍ଜଳା ଦିଦିମାନେ ନାରାବାଜି କରିବା ସହ ଯେଉଁ ମନ୍ତ୍ରୀ ମହିଳା ମାନଙ୍କୁ ସମ୍ମାନ ଦେଉନାହାନ୍ତି ତାଙ୍କୁ ଭୋଟ ନଦେବାକୁ ଲୋକଙ୍କୁ କହିବା ସହ ଲିଫଲେଟ୍ ବାଣ୍ଟିଥିଲେ। ରାଜ୍ୟରେ ପ୍ରାୟ ୧୨ ହଜାର ଉଜ୍ଜାଳା ଦିଦି ଥିବା ବେଳେ ସମସ୍ତେ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ବୁଲିବୁଲି ଧର୍ମେନ୍ଦ୍ରଙ୍କ ବିରୋଧରେ ପ୍ରଚାର କରୁଛନ୍ତି।
ସମ୍ବଲପୁରରେ ହଟହଟା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଘେରିଲେ ଉଜ୍ଜଳା ଦିଦି
ସମ୍ବଲପୁର: ସମ୍ବଲପୁରରେ ସାମ୍ବାଦିକ ସମ୍ମିଳନୀ ପରେ ହଟହଟା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ରଙ୍କୁ ଘେରିଲେ ଉଜ୍ଜଳା ଦିଦି। ନିଯୁକ୍ତି ଦେଇ ନିର୍ବାଚନ ଜିତିଲ। ପାରିଶ୍ରମିକ ନ ଦେଇ କାହିଁକି ଠକିଲ ବୋଲି ପ୍ରଶ୍ନ କଲେ ଉଜ୍ଜଳା ଦିଦି। ଏହାର ଜବାବ ଦେଇ ନ ପାରି ମହିଳାଙ୍କୁ ଦେଖି ତରତର ହୋଇ ଗାଡିରେ ବସି ଚାଲିଯାଇଥିଲେ ଧର୍ମେନ୍ଦ୍ର। ଆଜି ସମ୍ବଲପୁରରେ ହୋଟେଲ ହରଜିତ୍ ରେସିଡେନ୍ସିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରୁଥିଲେ। ଠିକ୍ ଏହି ସମୟରେ […]