ସୁଦଶା ବ୍ରତ କରିବା ପରେ କାଁପଡ଼ାର ୭୮ ନମ୍ବର ବୁଥକୁ ଯାଇ ମତାଧିକାର ସାବ୍ୟସ୍ତ କଲେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ

ଭଦ୍ରକ : ନେତା ବାଛୁଛନ୍ତି ଧାମନଗରବାସୀ। ସକାଳ ୭ଟାରୁ ଧାମନଗର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି। ମୋଟ ୨୫୨ବୁଥରେ ମତଗ୍ରହଣ ପାଇଁ ବ୍ୟବସ୍ଥା କରାଯାଇଛି । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବାକୁ ଥିବା ବେଳେ ମୋଟ ୨ ଲକ୍ଷ ୩୮ହଜାର ୪୧୭ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ।ଉପନିର୍ବାଚନ ଫଳାଫଳ ରାଜ୍ୟ ରାଜନୀତି ଦୃଶ୍ୟପଟରେ ଅନେକ ନୂଆ କଥା ଲେଖିବାର ସମ୍ଭାବନା […]

ଭଦ୍ରକ : ନେତା ବାଛୁଛନ୍ତି ଧାମନଗରବାସୀ। ସକାଳ ୭ଟାରୁ ଧାମନଗର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି। ମୋଟ ୨୫୨ବୁଥରେ ମତଗ୍ରହଣ ପାଇଁ ବ୍ୟବସ୍ଥା କରାଯାଇଛି । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବାକୁ ଥିବା ବେଳେ ମୋଟ ୨ ଲକ୍ଷ ୩୮ହଜାର ୪୧୭ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ।ଉପନିର୍ବାଚନ ଫଳାଫଳ ରାଜ୍ୟ ରାଜନୀତି ଦୃଶ୍ୟପଟରେ ଅନେକ ନୂଆ କଥା ଲେଖିବାର ସମ୍ଭାବନା ଥିବାରୁ ସମଗ୍ର ରାଜ୍ୟର ଦୃଷ୍ଟି ଧାମନଗର ଉପରେ ନିବଦ୍ଧ ହୋଇଛି। ଗୋଟିଏ ପଟେ ରାଜ୍ୟ ସରକାରଙ୍କ ବିକାଶ ତଥା ମହିଳା ସଶକ୍ତିକରଣକୁ ପାଥେୟ କରି ବିଜେଡିର ଅବନ୍ତୀ ଦାସ ମଇଦାନକୁ ଓହ୍ଲାଇଥିବା ବେଳେ ଅନୁକମ୍ପା ତଥା ସ୍ୱାଧୀନ ପ୍ରାର୍ଥୀଙ୍କୁ ସମ୍ମୁଖରେ ରଖି ବିଜେପି କଷୁଛି ଭୋଟ ଗଣିତ। ଅନ୍ୟପକ୍ଷରେ କଂଗ୍ରେସ ନିଜର ଆତ୍ମସମ୍ମାନ ଫେରିପାଇବାକୁ ଚେଷ୍ଟାରେ ଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ମଧ୍ୟ ନିର୍ବାଚନମଣ୍ଡଳୀରେ ନିଜର ସମ୍ମାନ ରକ୍ଷା ଲାଗି ଉଦ୍ୟମ କରୁଛନ୍ତି।

ଧାମନଗର ଉପନିର୍ବାଚନ ଲାଗି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଆଜି ସକାଳେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ସେ ସ୍ବାମୀଙ୍କ ସହ କାଁପଡ଼ାର ୭୮ ନମ୍ବର ବୁଥକୁ ଯାଇ ଭୋଟ୍ ଦେଇଛନ୍ତି। ସକାଳେ ଘରୁ ସୁଦଶା ବ୍ରତ ପୂଜା କରି ଭୋଟ ଦେବାକୁ ବାହାରିଥିଲେ ଅବନ୍ତୀ ଦାସ।

ଘରୁ ସୁଦଶା ବ୍ରତ ପୂଜା ସାରିି ଗୁରୁଜନଙ୍କ ଠାରୁ ଆର୍ଶୀବାଦ ନେଇ ଭୋଟ ଦେବା ପାଇଁ ବାହାରିଥିଲେ ଅବନ୍ତୀ ଦାସ । କିଛି ସମର୍ଥକଙ୍କ ସହ ୭୮ ନମ୍ବର ବୁଥରେ ପହଞ୍ଚି ମତଦାନ କରିଛନ୍ତି ଅବନ୍ତୀ । ଧାମନଗରବାସୀଙ୍କ ମତଦାନକୁ ନେଇ ବେଶ ଆଶାୟୀ ଅଛନ୍ତି ବୋଲି ଅବନ୍ତୀ କହିଛନ୍ତି ।ସକାଳୁ ମୁଁ ସୁଦଶା ବ୍ରତ କରି ମା’ଲକ୍ଷ୍ମୀଙ୍କୁ ଧାମନଗରର ମଙ୍ଗଳ ପାଇଁ ପ୍ରାର୍ଥନା କଲି । ମୋ ଉପରେ ମା’ ଲକ୍ଷ୍ମୀ ଓ ମୁଖ୍ୟମନ୍ତ୍ରୀଙ୍କ ଆଶିର୍ବାଦ ରହିଛି । ମୁଁ ନିଶ୍ଚୟ ବିଜୟଲାଭ କରିବି ବୋଲି ମୋର ଆଶା ବୋଲି ଅବନ୍ତୀ ଦାସ କହିଛନ୍ତି।

ଧାମନଗର ଉପନିର୍ବାଚନରେ ମତଦାତାମାଦେ ଭୋଟର ପରିଚୟ ପତ୍ର ଛଡ଼ା ୧୨ଟି ଅନ୍ୟ ଡକ୍ୟୁମେଣ୍ଟସ୍ ଦେଖାଇ ଭୋଟ୍ ଦେଇପାରିବେ।ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ୧ ହଜାରରୁ ଅଧିକ ପୁଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏହାବାଦ ୪ କଂପାନି କେନ୍ଦ୍ରୀୟ ଫୋର୍ସ, ୨୨ ପ୍ଲାଟୁନ୍ ଷ୍ଟେଟ୍ ଆର୍ମଡ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଭୋଟ୍ ଗ୍ରହଣ ଶେଷ ପର୍ଯ୍ୟନ୍ତ ମଦ ବିକ୍ରି ବାରଣ କରାଯାଇଛି ।

ନିର୍ବାଚନ ରଣାଙ୍ଗନରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି, କଂଗ୍ରେସ ପ୍ରାର୍ଥୀଙ୍କ ସହ ଦୁଇ ଜଣ ସ୍ବାଧୀନ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ, ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ, କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ, ସ୍ବାଧୀନ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଓ ପବିତ୍ର ମୋହନ ଦାସଙ୍କ ଭାଗ୍ୟ ଆଜି ନିର୍ଣ୍ଣୟ କରିବେ ଧାମନଗରର ଜନତା ଜନାର୍ଦ୍ଦନ। ଆସନ୍ତା ୬ ତାରିଖରେ ରେଜଲ୍ଟ ପ୍ରକାଶ ପାଇବ ।

ଅନ୍ୟପଟେ ନିର୍ବାଚନ ପ୍ରଚାରରେ ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସ ସର୍ବାଗ୍ରେ ରହିଥିବା ବେଳେ ମହିଳା ଭାବରେ ତାଙ୍କର ପ୍ରାର୍ଥିତ୍ୱକୁ ନେଇ ପୁରା ନିର୍ବାଚନମଣ୍ଡଳୀ ଭୋଟର ଉତ୍ସାହିତ ଅଛନ୍ତି। ଗତ ଦଶନ୍ଧିରେ ଅପରାଜେୟ ବିଜେଡ଼ି ୨୦୧୯ ସାଧାରଣ ନିର୍ବାଚନ ପରେ ଅନୁଷ୍ଠିତ ସମସ୍ତ ୬ଟି ଯାକ ଉପନିର୍ବାଚନରେ ବିଜେଡି ବୃହତ୍‌‌ ବ୍ୟବଧାନରେ ବାଜିମାତ୍‌‌ କରିଛି। ଏଠାରେ ମଧ୍ୟ ସମାନ ପଳାଫଳର ପୁନରାବୃତ୍ତି ହେବ ଏବଂ ଦୀର୍ଘ ୫ ଦଶନ୍ଧି ପରେ ନିର୍ବାଚନମଣ୍ଡଳୀ ଜଣେ ମହିଳାଙ୍କୁ ବିଧାୟିକା ରୂପରେ ପାଇବ ବୋଲି ଦଳୀୟ ନେତାମାନେ ଦୃଢ଼ ଆଶାବାଦୀ।

About The Author: The Sakala