ଡ୍ୟୁଟି ସମୟରେ ପୁଲିସ୍‌ ବର୍ଦ୍ଦି ବାଧ୍ୟତାମୂଳକ : ସମସ୍ତ ଏସ୍‌‌ପି, ଡିସିପିଙ୍କୁ କଡ଼ା ନିର୍ଦ୍ଦେଶ ଦେଲେ ଡିଜିପି

ଭୁବନେଶ୍ୱର : ଡ୍ୟୁଟି ବେଳେ ବର୍ଦ୍ଦି ପିନ୍ଧିବା ପୁଲିସ୍‌ ପାଇଁ ବାଧ୍ୟତାମୂଳକ। ଏହାର ଅନୁପାଳନ ଯେପରି କଡ଼ାକଡ଼ି ହେବ, ସେନେଇ ସବୁ ଜିଲ୍ଲାର ଏସ୍‌‌ପି, ଡିସିପି ଏବଂ ରେଞ୍ଜ ଡିଆଇଜିଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ପୁଲିସ୍‌ ଡିଜି ୱାଇ.ବି ଖୁରାନିଆ। ଏସ୍‌‌ପିମାନେ ସମସ୍ତ ଥାନାକୁ ଡ୍ୟୁଟି ସମୟରେ ପୋଷାକ ପିନ୍ଧିବାକୁ କଡ଼ା ନିର୍ଦ୍ଦେଶ ଦେବେ। ଯେଉଁମାନେ ପୋଷାକ ନ ପିନ୍ଧିବେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଡ୍ୟୁଟି ସମୟରେ ଭରତପୁର […]

ଭୁବନେଶ୍ୱର : ଡ୍ୟୁଟି ବେଳେ ବର୍ଦ୍ଦି ପିନ୍ଧିବା ପୁଲିସ୍‌ ପାଇଁ ବାଧ୍ୟତାମୂଳକ। ଏହାର ଅନୁପାଳନ ଯେପରି କଡ଼ାକଡ଼ି ହେବ, ସେନେଇ ସବୁ ଜିଲ୍ଲାର ଏସ୍‌‌ପି, ଡିସିପି ଏବଂ ରେଞ୍ଜ ଡିଆଇଜିଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ପୁଲିସ୍‌ ଡିଜି ୱାଇ.ବି ଖୁରାନିଆ। ଏସ୍‌‌ପିମାନେ ସମସ୍ତ ଥାନାକୁ ଡ୍ୟୁଟି ସମୟରେ ପୋଷାକ ପିନ୍ଧିବାକୁ କଡ଼ା ନିର୍ଦ୍ଦେଶ ଦେବେ। ଯେଉଁମାନେ ପୋଷାକ ନ ପିନ୍ଧିବେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଡ୍ୟୁଟି ସମୟରେ ଭରତପୁର ଥାନାରେ ଜଣେ ମହିଳା ପୁଲିସ୍‌ ଅଫିସର୍‌ ନାଇଟ୍‌‌ ପିନ୍ଧିଥିବା ନେଇ ମେଜର୍‌ଙ୍କ ବାନ୍ଧବୀ ଅଭିଯୋଗ ଆଣିଥିଲେ। ଏହାକୁ ନେଇ ବିବାଦ ବଢ଼ିବାରୁ ଡିଜି ଶ୍ରୀ ଖୁରାନିଆ ଏହାକୁ ଗୁରୁତ୍ବର ସହ ନେଇ ଏପରି ନିର୍ଦ୍ଦେଶନାମା ଦେଇଛନ୍ତି। ଅନେକ ପୁଲିସ୍‌ କର୍ମଚାରୀ ବର୍ଦ୍ଦି ପିନ୍ଧିବାକୁ ପସନ୍ଦ କରୁନାହାନ୍ତି। ଅଧିକ ଗରମ ହେବା ସହ ଥାନାରେ ବହୁ ସମୟ କାର୍ଯ୍ୟ କରୁଥିବାରୁ ବର୍ଦ୍ଦି ପିନ୍ଧି ରହିବା ସେମାନଙ୍କ ପକ୍ଷେ କଷ୍ଟକର ହେଉଛି ବୋଲି ଅନେକ ପୁଲିସ କର୍ମଚାରୀ କହିଛନ୍ତି। କିନ୍ତୁ ଏଥୁଯୋଗୁଁ ଥାନାକୁ ଆସୁଥିବା ଅଭିଯୋଗକାରୀ ନାନା ହଇରାଣ ହରକତ ହେଉଛନ୍ତି। ଥାନାରେ ଡିସିଓ କିଏ ସେମାନେ ଜାଣିପାରୁନାହାନ୍ତି। ଡିସିଓ ଚେୟାରରେ ବସିଥିବା ଅଫିସର ବର୍ଦ୍ଦି ପିନ୍ଧି ନଥିବାରୁ ଏଭଳି ସମସ୍ୟା ହେଉଛି। ମେଜର୍‌ ଏବଂ ବାନ୍ଧବୀଙ୍କ କ୍ଷେତ୍ରରେ ଏଭଳି ଘଟଣା ଘଟିଥିଲା। ସେମାନେ ଗଣ୍ଡଗୋଳର ଶିକାର ହୋଇ ଭରତପୁର ଥାନାକୁ ଆସିଥିବା ବେଳେ ଥାନାରେ ଡିସିଓ ନାଇଟ୍‌‌ ପିନ୍ଧି ବସିଥିଲେ। ଏନେଇ ପଚାରିବାରୁ ମେଜର ଏବଂ ବାନ୍ଧବୀଙ୍କୁ ପୁଲିସ ନିର୍ଯାତନା ଦେଇଥିଲା।

ଅପରପକ୍ଷେ, ଅନେକ ପୁଲିସ କର୍ମଚାରୀ ଅଣ-ପୁଲିସ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ବିଶେଷ ପରିବହନ କ୍ଷେତ୍ର, ବେଆଇନ ଖଣିଜ ଚାଲାଣ ଏବଂ ଶିଳ୍ପାଞ୍ଚଳକୁ ହେଉଥିବା ଚାଲାଣରେ ସେମାନେ ସମ୍ପୃକ୍ତ ରହୁଛନ୍ତି। ତେଣୁ ଏଥିରୁ ନିବୃତ୍ତ ରହିବାକୁ ପୁଲିସ୍‌ ମୁଖ୍ୟାଳୟରୁ ସମସ୍ତ ଏସ୍‌‌ପି ଏବଂ ରେଞ୍ଜ ଡିଆଇଜିଙ୍କୁ ଚିଠି କରାଯାଇଛି। ଯଦି କୌଣସି ପୁଲିସ୍‌ ଅଧିକାରୀ ବା କର୍ମଚାରୀଙ୍କ ଏଭଳି କାର୍ଯ୍ୟରେ ସଂପୃକ୍ତି ଥିବା ପ୍ରମାଣ ମିଳେ, ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଡିଜି ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ସବୁ ପୁଲିସ୍‌ ଏସ୍‌ପି, ଡିଆଇଜି, ଆଇଜି ଓ ପୁଲିସ କମିସନରଙ୍କୁ ଚିଠି ଲେଖି ରାଜ୍ୟ ପୁଲିସ ମୁଖ୍ୟାଳୟ (ଆଇନଶୃଙ୍ଖଳା ଅତିରିକ୍ତ ଡିଜି) ଅବଗତ କରାଇବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି।

About The Author: The Sakala