ରାଜ୍ୟରେ ଡେଙ୍ଗୁ ଏବେ ନିୟନ୍ତ୍ରଣାଧିନ,ଏଲିସା ପଦ୍ଧତିରେ ଚାଲିଛି ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା- ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ ଡେଙ୍ଗୁ ଏବେ ନିୟନ୍ତ୍ରଣରେ ରହିଛି। ଗତକାଲି ସୁଦ୍ଧା ୧୭୩୪୮ ଜଣଙ୍କର ପରୀକ୍ଷା ହୋଇଛି। ଏଥିରୁ ୪୫୫ ଜଣ ଡେଙ୍ଗୁ ଆକ୍ରାନ୍ତ ବୋଲି ଜଣା ପଡ଼ିଛି। ଭୁବନେଶ୍ୱରର ଆରଏମଆରସି, କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସ ଭୁବନେଶ୍ୱରରେ ଏଲିସା ପଦ୍ଧତିରେ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା କରାଯାଉଛି। କ୍ୟାପିଟାଲ ହସ୍ପିଟାଲରେ ୨୦ ଜଣ ଏବେ ବି ଚିକିତ୍ସିତ ହେଉଛନ୍ତି। ଜୁନରୁ ସେପ୍ଟେମ୍ବର ମଧ୍ୟରେ ବର୍ଷା ଦିନେ ଡେଙ୍ଗୁ ବ୍ୟାପିଥାଏ। ଗତଥର୯ ହଜାର ସାମ୍ପୁଲ ପରୀକ୍ଷା ହୋଇଥିଲା ଏବଂ ଏଥିରୁ […]

ଭୁବନେଶ୍ବର: ରାଜ୍ୟରେ ଡେଙ୍ଗୁ ଏବେ ନିୟନ୍ତ୍ରଣରେ ରହିଛି। ଗତକାଲି ସୁଦ୍ଧା ୧୭୩୪୮ ଜଣଙ୍କର ପରୀକ୍ଷା ହୋଇଛି। ଏଥିରୁ ୪୫୫ ଜଣ ଡେଙ୍ଗୁ ଆକ୍ରାନ୍ତ ବୋଲି ଜଣା ପଡ଼ିଛି। ଭୁବନେଶ୍ୱରର ଆରଏମଆରସି, କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସ ଭୁବନେଶ୍ୱରରେ ଏଲିସା ପଦ୍ଧତିରେ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା କରାଯାଉଛି। କ୍ୟାପିଟାଲ ହସ୍ପିଟାଲରେ ୨୦ ଜଣ ଏବେ ବି ଚିକିତ୍ସିତ ହେଉଛନ୍ତି। ଜୁନରୁ ସେପ୍ଟେମ୍ବର ମଧ୍ୟରେ ବର୍ଷା ଦିନେ ଡେଙ୍ଗୁ ବ୍ୟାପିଥାଏ। ଗତଥର୯ ହଜାର ସାମ୍ପୁଲ ପରୀକ୍ଷା ହୋଇଥିଲା ଏବଂ ଏଥିରୁ ୯୫୪ ଜଣ ପଜିଟିଭ ବାହାରିଥିଲେ। ହେଲେ ଏଥର ଦୁଇଗୁଣ ପରୀକ୍ଷା ହୋଇଥିବା ବେଳେ ଗତଥର ଠାରୁ ଅଧା ପଜିଟିଭ ବାହାରିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।

About The Author: The Sakala