ସାତକୋଶିଆ ଅଭୟାରଣ୍ୟରେ ୨ଟି ହାତୀର ମୃତଦେହ ଠାବ

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟରେ ୨ଟି ହାତୀର ମୃତଦେହ ଠାବ ହୋଇଛି। ଜଗନ୍ନାଥପୁର ଗାଁ ନିକଟରେ ଏହି ଦୁଇ ହାତୀଙ୍କ ମୃତଦେହ ଦେଖିବାକୁ ମିଳିଛି। ବିଦ୍ୟୁତ ଆଘାତରେ ଉକ୍ତ ଦୁଇ ହାତୀଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ । ଖବର ପାଇ ସାତକୋଶିଆ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଠାବ ହୋଇଥିବା ହାତୀର ମୃତଦେହ ଚାରିଦିନ ପୂର୍ବର ବୋଲି ଜଣାପଡ଼ିଛି। ହାତୀର ମୃତଦେହ ପଚି ଶଢି ଯାଇଛି। ୪ ଦିନ ପୂର୍ବରୁ ହାତୀଙ୍କ ମୃତ୍ୟୁ […]

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟରେ ୨ଟି ହାତୀର ମୃତଦେହ ଠାବ ହୋଇଛି। ଜଗନ୍ନାଥପୁର ଗାଁ ନିକଟରେ ଏହି ଦୁଇ ହାତୀଙ୍କ ମୃତଦେହ ଦେଖିବାକୁ ମିଳିଛି। ବିଦ୍ୟୁତ ଆଘାତରେ ଉକ୍ତ ଦୁଇ ହାତୀଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ । ଖବର ପାଇ ସାତକୋଶିଆ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଠାବ ହୋଇଥିବା ହାତୀର ମୃତଦେହ ଚାରିଦିନ ପୂର୍ବର ବୋଲି ଜଣାପଡ଼ିଛି। ହାତୀର ମୃତଦେହ ପଚି ଶଢି ଯାଇଛି। ୪ ଦିନ ପୂର୍ବରୁ ହାତୀଙ୍କ ମୃତ୍ୟୁ ଘଟିଥିଲେ ବି ହାତୀ ମରିଥିବା ଖବର ବନ ବିଭାଗ ପାଖରେ ନାହିଁ । ଯାହାକି ବନ ବିଭାଗର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

About The Author: The Sakala