ବାତ୍ୟା ପାଇଁ ୧୦ ଜିଲ୍ଲାରେ ଲକ୍‌ଡାଉନ୍‌ କଟକଣା ସାମାନ୍ୟ କୋହଳ, ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ସମୟ ବୃଦ୍ଧି

ଭୁବନେଶ୍ୱର: ବାତ୍ୟା ପାଇଁ ଓଡ଼ିଶାର ୧୦ ଜିଲ୍ଲାରେ ଲକ୍‌ଡାଉନ୍‌ କଟକଣା ସାମାନ୍ୟ କୋହଳ ହୋଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ସମୟ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏନେଇ SRCଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। କୋହଳ କରାଯାଇଥିବା ୧୦ ଜିଲ୍ଲା ଗୁଡିକ ହେଲେ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୁରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ ଓ ଖୋର୍ଦ୍ଧା। ଆଜି ଓ ଆସନ୍ତାକାଲି ସକାଳ ୭ରୁ ଅପରାହ୍ନ ୧ଟା ଯାଏ ଏହି ୧୦ ଜିଲ୍ଲାରେ […]

ଭୁବନେଶ୍ୱର: ବାତ୍ୟା ପାଇଁ ଓଡ଼ିଶାର ୧୦ ଜିଲ୍ଲାରେ ଲକ୍‌ଡାଉନ୍‌ କଟକଣା ସାମାନ୍ୟ କୋହଳ ହୋଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ସମୟ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏନେଇ SRCଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। କୋହଳ କରାଯାଇଥିବା ୧୦ ଜିଲ୍ଲା ଗୁଡିକ ହେଲେ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୁରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ ଓ ଖୋର୍ଦ୍ଧା। ଆଜି ଓ ଆସନ୍ତାକାଲି ସକାଳ ୭ରୁ ଅପରାହ୍ନ ୧ଟା ଯାଏ ଏହି ୧୦ ଜିଲ୍ଲାରେ ଦୋକାନ ଖୋଲା ରହିବ।

ପୂର୍ବରୁ ମାତ୍ର ୪ ଘଣ୍ଟା ପାଇଁ ଅର୍ଥାତ ସକାଳ ୭ଟାରୁ ୧୧ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରଖିବାକୁ ଅନୁମତି ରହିଥିଲା ।

About The Author: The Sakala