ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା: ନଭେମ୍ବର ୨୧ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର: ବଙ୍ଗୋପସାଗରରେ ଏକ ଗଭୀର ଅବପାତ ସୃଷ୍ଟି ହୋଇଛି, ଯାହା ଆଜି ସନ୍ଧ୍ୟା ସୁଦ୍ଧା ଏକ ବାତ୍ୟାର ରୂପ ନେଇପାରେ। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ମତ୍ସ୍ୟଜୀବୀମାନଙ୍କ ପାଇଁ ଏକ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଛି।

ପାଣିପାଗ ବିଭାଗର ସର୍ବଶେଷ ବୁଲେଟିନ୍ ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଏହି ଅବପାତ ଧୀରେ ଧୀରେ ଘନୀଭୂତ ହୋଇ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ଆଡକୁ ଅଗ୍ରସର ହେବାର ସମ୍ଭାବନା ରହିଛି। ନଭେମ୍ବର ୧୬ ତାରିଖରୁ ସମୁଦ୍ରରେ ପବନର ବେଗ ୩୫ ରୁ ୬୫ କିଲୋମିଟର ରହିବା ବେଳେ, ନଭେମ୍ବର ୧୭ ତାରିଖରେ ଏହା ୬୦ ରୁ ୮୦ କିଲୋମିଟରକୁ ବୃଦ୍ଧି ପାଇବ।

ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ଯେଉଁ ମତ୍ସ୍ୟଜୀବୀମାନେ ବର୍ତ୍ତମାନ ଗଭୀର ସମୁଦ୍ର ମଧ୍ୟରେ ଅଛନ୍ତି, ସେମାନଙ୍କୁ ତୁରନ୍ତ ଉପକୂଳକୁ ଫେରିଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ନଭେମ୍ବର ୨୧ ପର୍ଯ୍ୟନ୍ତ ବଙ୍ଗୋପସାଗରର ଚିହ୍ନିତ ଅଞ୍ଚଳକୁ ପ୍ରବେଶ ନକରିବା ପାଇଁ ପାଣିପାଗ କେନ୍ଦ୍ର ସ୍ପଷ୍ଟ କରିଛି।

About The Author: Madhusudan Das