Cyclone Montha: 'ବାତ୍ୟା ଠାରୁ ପ୍ରବଳ ବର୍ଷା ଅଧିକ ସମସ୍ୟା ଆଣିପାରେ, ଲ୍ୟାଣ୍ଡ ସ୍ଲାଇଡ଼ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇପାରେ'

ବାତ୍ୟା 'ମୋନ୍ଥା' ପାଇଁ ଅଗ୍ନିଶମ ଓ ଜରୁରୀକାଳୀନ ସେବା ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ବର: ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ଆଗାମୀ ସମ୍ଭାବ୍ୟ ବାତ୍ୟା 'ମୋନ୍ଥା' ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି ଅଗ୍ନିଶମ ଓ ଜରୁରୀକାଳୀନ ସେବା। ଓଡ଼ିଶାରେ ଭୁସ୍ଖଳନ ବା ଲ୍ୟାଣ୍ଡ ସ୍ଲାଇଡ଼ ହେବା ଗୋଟିଏ ବଡ଼ ଚ୍ୟଲେଞ୍ଜ ସୃଷ୍ଟି ହୋଇପାରେ। ବାତ୍ୟା ଠାରୁ ପ୍ରବଳ ବର୍ଷା ଅଧିକ ସମସ୍ୟା ଆଣିପାରେ। କଳିଙ୍ଗା ଘାଟି, ମାଲକାନଗିରିର କେତେକ ସ୍ଥାନ  ଥୁଆମୂଳ ରାମପୁରରେ ଏଭଳି ଲ୍ୟାଣ୍ଡ ସ୍ଲାଇଡ଼ ବା ମାଟି ଅତଡା ଖସୁଥିବାକ ଦେଖାଯାଇଛି। ସେଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଟିମ। ପାଣିରୁ ଉଦ୍ଧାର ପାଇଁ ବ୍ୟାପକ ଡ଼ଙ୍ଗାର ବ୍ୟବସ୍ଥା ହୋଇଛି। ବୁଡି ଯାଉଥିବା ଲୋକଙ୍କୁ ଉଦ୍ଧାର ପାଇଁ ଅଭିଜ୍ଞ ଫାୟାର ଅଫିସରଙ୍କୁ ଦାୟିତ୍ୱ  ଦିଆଯାଇଛି। ପର୍ଯ୍ୟଟକଙ୍କ ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି। ପୁରୀରେ ୧୦୦ ଲାଇଫଗାର୍ଡ ଅଛନ୍ତ । ସେହିପରି ଗୋପାଳପୁରରେ ମଧ୍ୟ ଲାଇଫଗାର୍ଡ ରହିଛନ୍ତି। ଗଜପତି, ମାଲକାନଗିରି, ବ୍ରହ୍ମପୁର, କୋରାପୁଟ ୧୩୦ ଟି ଟିମ ଯାଇଛି। ବାତ୍ୟାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ଟିମ। ଫାୟାର ଫାଇଟିଂ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଇଛି ବୋଲି ସୂଚନା ଦେଇଛନ୍ତି ଅଗ୍ନିଶମ ଓ ଜରୁରୀକାଳୀନ ସେବାର ଡିଜିପି ସୁଧାଂଶୁ ଷଡଙ୍ଗୀ।

About The Author: Deviprasad Mohanty