ଆଜି ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ମିଗଜୋମ୍‌’, ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ୱର: ଆନ୍ଧ୍ର ଉପକୂଳ ପାଖରେ ବାତ୍ୟା ମିଗଜୋମ୍ । ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ୱିଣ୍ଡି ଅନୁଯାୟୀ ସକାଳେ ନେଲୋର ଓ ମଛଲିପଟନମ୍ ମଧ୍ୟରେ ବାପାଟଲା ଉପକୂଳରେ ଭୀଷଣ ବାତ୍ୟା ଭାବରେ ସ୍ଥଳଭାଗ ଛୁଇଁଛି । ସେହିପରି ଭାରତୀୟ ପାଣିପାଗ ସଂସ୍ଥା ଅନୁଯାୟୀ, ଏହା ପୂର୍ବାହ୍ନ ସୁଦ୍ଧା ସ୍ଥଳଭାଗ ଅତିକ୍ରମ କରିବ । ଲ୍ୟାଣ୍ଡଫଲ ପରେ ପବନର ବେଗ ରହିଛି ୯୦ରୁ ୧୦୦କିଲୋମିଟର । ଆନ୍ଧ୍ର ଉପକୂଳରେ ପବନ ସହ ପବନ ବୋହୁଛି । ବାତ୍ୟା ମିଗଜୋମ୍ ପ୍ରଭାବରେ […]

ଭୁବନେଶ୍ୱର: ଆନ୍ଧ୍ର ଉପକୂଳ ପାଖରେ ବାତ୍ୟା ମିଗଜୋମ୍ । ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ୱିଣ୍ଡି ଅନୁଯାୟୀ ସକାଳେ ନେଲୋର ଓ ମଛଲିପଟନମ୍ ମଧ୍ୟରେ ବାପାଟଲା ଉପକୂଳରେ ଭୀଷଣ ବାତ୍ୟା ଭାବରେ ସ୍ଥଳଭାଗ ଛୁଇଁଛି । ସେହିପରି ଭାରତୀୟ ପାଣିପାଗ ସଂସ୍ଥା ଅନୁଯାୟୀ, ଏହା ପୂର୍ବାହ୍ନ ସୁଦ୍ଧା ସ୍ଥଳଭାଗ ଅତିକ୍ରମ କରିବ । ଲ୍ୟାଣ୍ଡଫଲ ପରେ ପବନର ବେଗ ରହିଛି ୯୦ରୁ ୧୦୦କିଲୋମିଟର । ଆନ୍ଧ୍ର ଉପକୂଳରେ ପବନ ସହ ପବନ ବୋହୁଛି । ବାତ୍ୟା ମିଗଜୋମ୍ ପ୍ରଭାବରେ ଆନ୍ଧ୍ର ଉପକୂଳର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟରୁ ଧରଣର ବର୍ଷା ହେଉଛି । ବାତ୍ୟାକୁ ନେଇ ଆନ୍ଧ୍ରପ୍ରଦେଶରେ ହାଇ ଆଲର୍ଟ ଜାରି କରାଯାଇଛି ।

ବାତ୍ୟା ମିଚାଉଁ (ବର୍ମୀୟ ଭାଷାରେ ମିଗ୍‌‌ଜୋମ୍‌‌)ର ପ୍ରଭାବ ଓଡ଼ିଶାରେ ଆରମ୍ଭ ହୋଇଯାଇଛି। ଆଜି ରାଜ୍ୟର ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲାର କିଛି ଅଞ୍ଚଳରେ ସ୍ୱଳ୍ପ ବର୍ଷା ହୋଇଛି। ଆସନ୍ତା କାଲିଠାରୁ ଏହାର ପ୍ରକୋପ ବୃଦ୍ଧି ପାଇବା ସହ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ବିଶେଷକରି ଦକ୍ଷିଣ ଉପକୂଳ ଓ ଓଡ଼ିଶାର ଆନ୍ଧ୍ର ସୀମାନ୍ତବର୍ତ୍ତୀ କିଛି ଜିଲ୍ଲାରେ ବର୍ଷା ଓ ପବନର ପ୍ରଭାବ ରହିବ ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି କରାଯାଇଛି।

ମଙ୍ଗଳବାର କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ମଧ୍ୟ ଜାରି ହୋଇଛି। ଅନୁରୂପ ଭାବରେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁି ୟେଲୋ ଆଲର୍ଟ ଜାରି କରାଯାଇଛି।

ବୁଧବାର ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ପବନର ବେଗ ବଢ଼଼ି ୪୦-୫୦ ଓ ଝଟକା ପବନ ୬୦ କିମି ପର୍ଯ୍ୟନ୍ତ ପହଞ୍ଚିବାର ଥିବା ବେଳେ ମାଲକାନଗିରି, କୋରାପୁଟ ଓ ରାୟଗଡ଼ାରେ ଏହା ୩୦-୪୦ ଓ ଝଟକା ପବନ ୫୦ କିମି ଛିଇଁପାରେ ବୋଲି ପାଣିପାଗ କେନ୍ଦ୍ର କହିଛି।

ଅନ୍ୟପଟେ ପ୍ରବଳ ବର୍ଷାକୁ ଆଶଙ୍କା ଥିବା ଯୋଗୁଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରାଜ୍ୟର ଚାଷୀଙ୍କ ପାଇଁ ସତର୍କ ସୂଚନା ଜାରି କରିଛି। ଅମଳ ହୋଇଥିବା ଧାନ, ପନିପରିବା, ପୁଷ୍ଟିଶସ୍ୟ, କପା ଓ ଅନ୍ୟାନ୍ୟ ଫସଲକୁ ଘରକୁ ନେଇ ଯିବାକୁ କୁହାଯାଇଛି। ପନିପରିବା ଜମିରୁ ପାଣି ନିଷ୍କାସନର ବ୍ୟବସ୍ଥା କରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

About The Author: The Sakala