ରାଜଧାନୀରେ ଚାଞ୍ଚଲ୍ୟ; ଡିଜିଟାଲ ଆରେଷ୍ଟ କରି ଦେଢ଼ କୋଟି ଲୁଟି ନେଲେ ଅଦୃଶ୍ୟ ଠକ, ୧୦ ଦିନ ଧରି ରଖିଥିଲେ ଗୃହବନ୍ଦୀ..

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ। ସାଇବର ଲୁଟେରା ଜାଲରେ ବରିଷ୍ଠ ନାଗରିକ। ଡିଜିଟାଲ ଆରେଷ୍ଟ କରି ଦେଢ଼ କୋଟି ଲୁଟି ନେଲେ ଅଦୃଶ୍ୟ ଠକ। ସାଇବର ଠକଙ୍କ ଦ୍ୱାରା ଡିଜିଟାଲ ଆରେଷ୍ଟ ହେଲେ ବରିଷ୍ଠ ନାଗରିକ। କଷ୍ଟମ ବିଭାଗ ଅଧିକାରୀ ପରିଚୟ ସହ ମନି ଲଣ୍ଡ୍ରିଂ ହୋଇଥିବା କହି କରିଥିଲେ ଡିଜିଟାଲ ଆରେଷ୍ଟ୍ । ୧୦ ଦିନ ଧରି ସାଇବର ଠକ କରିଥିଲେ ଗୃହ ବନ୍ଦୀ । ଦୁଇଟି ଫେଜରେ ଦେଢ଼ କୋଟି ଟଙ୍କା ଲୁଟିଲେ ସାଇବର ଫ୍ରଡ। ଅଭିଯୋଗ ପରେ ପୁଲିସର ତଦନ୍ତ ଜାରି।

About The Author: Deviprasad Mohanty