ପୋକ୍ସୋ ଆଇନ ଆଳରେ ହେଉଛି ପ୍ରତିଶୋଧମୂଳକ ମାମଲା : ହାଇକୋର୍ଟ

କଟକ : ଶିଶୁ ମାନଙ୍କ ପ୍ରତି ହେଉଥିବା ଯୌନ ଉତ୍ପୀଡନ ରୋକିବା ପାଇଁ ପୋକ୍ସୋ ଆଇନ ପ୍ରଣୟନ ହୋଇଥିଲା । ଏହି ଆଇନରେ ଥିବା କଠୋର ଧାରା ଯେଉଁଠି ଶିଶୁ ମାନଙ୍କ ପ୍ରତି ହେଉଥିବା ଏହି ଯୌନ ଅତ୍ୟାଚାରକୁ ବହୁମାତ୍ରାରେ ରୋକିବାରେ ସକ୍ଷମ ହୋଇଛି ଅନ୍ୟପଟରେ ଏଥି ଯୋଗୁ ମଧ୍ୟ ପ୍ରତିଶୋଧମୂଳକ ତଥା ମିଥ୍ୟା ମୋକଦ୍ଦମା ମଧ୍ୟ ହେଉଛି। ବିଶେଷକରି ଗ୍ରାମାଞ୍ଚଳ ଓ ଆଦିବାସୀ ଅଧ୍‌ୁଷିତ ଅଞ୍ଚଳରେ ପୋକ୍ସୋ ଆଇନ ଦ୍ୱାରା ଅଧିକ ପ୍ରଭାବିତ ହେଉଛନ୍ତି ବୋଲି […]

କଟକ : ଶିଶୁ ମାନଙ୍କ ପ୍ରତି ହେଉଥିବା ଯୌନ ଉତ୍ପୀଡନ ରୋକିବା ପାଇଁ ପୋକ୍ସୋ ଆଇନ ପ୍ରଣୟନ ହୋଇଥିଲା । ଏହି ଆଇନରେ ଥିବା କଠୋର ଧାରା ଯେଉଁଠି ଶିଶୁ ମାନଙ୍କ ପ୍ରତି ହେଉଥିବା ଏହି ଯୌନ ଅତ୍ୟାଚାରକୁ ବହୁମାତ୍ରାରେ ରୋକିବାରେ ସକ୍ଷମ ହୋଇଛି ଅନ୍ୟପଟରେ ଏଥି ଯୋଗୁ ମଧ୍ୟ ପ୍ରତିଶୋଧମୂଳକ ତଥା ମିଥ୍ୟା ମୋକଦ୍ଦମା ମଧ୍ୟ ହେଉଛି। ବିଶେଷକରି ଗ୍ରାମାଞ୍ଚଳ ଓ ଆଦିବାସୀ ଅଧ୍‌ୁଷିତ ଅଞ୍ଚଳରେ ପୋକ୍ସୋ ଆଇନ ଦ୍ୱାରା ଅଧିକ ପ୍ରଭାବିତ ହେଉଛନ୍ତି ବୋଲି ହାଇକୋର୍ଟ କହିଛନ୍ତି ।

ଅଭିଯୁକ୍ତ ଓ ପୀଡିତା ପରସ୍ପର ସହମତିରେ ବିବାହ କରି ସୁଖମୟ ଜୀବନ ଯାପନ କରୁଥିବାରୁ ସେମାନଙ୍କ ନାମରେ ପୋକ୍ସୋ ଆଇନ ଅନୁସାରେ ନିମ୍ନ ଅଦାଲତରେ ଚାଲିଥିବା ପ୍ରୋସିଡିଂକୁ ରଦ୍ଦ କରିଛନ୍ତି ହାଇକୋର୍ଟ । ବିଚାରପତି ଜଷ୍ଟିସ ଶିବଶଙ୍କର ମିଶ୍ର ଉପରୋକ୍ତ ପ୍ରସଂଗରେ ୫ଗୋଟି ମାମଲାର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏହି ସବୁ ପୃଥକ ପୃଥକ ମାମଲାରେ ପୀଡିତା ଓ ଅଭିଯୁକ୍ତ ପରସ୍ପର ସହମତିରେ ବିବାହ କରିଥିଲେ।ପୀଡିତାଙ୍କୁ ୧୮ବର୍ଷ ବୟସରୁ କମ ହୋଇଥିବା ବେଳେ ସେମାନଙ୍କ ପରିବାର ବର୍ଗ ପକ୍ଷରୁ ପୋକ୍ସୋ ଆଇନରେ ମାମଲା ରୁଜୁ ହୋଇଥିଲା। ତେବେ ପୀଡିତା ୧୮ବର୍ଷ ଅତିକ୍ରମ କରିସାରି ବୈବାହିକ ଜୀବନ ଯାପନ କରୁଥିବା ବେଳେ ନିମ୍ନ ଅଦାଲତରେ ଚାଲିଥିବା ମାମଲାକୁ ରଦ୍ଦ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

About The Author: The Sakala