‘ସେକ୍ସଟର୍ସନ’ ଅଭିଯୋଗରେ ନାଇଜେରିଆ ନାଗରିକ ଗିରଫ, ଦିଲ୍ଲୀରୁ ଉଠାଇ ଆଣିଲା କମିଶନରେଟ୍‌ ପୁଲିସ

କଟକ: ମହଙ୍ଗା ପଡିଲା ମହିଳା ଡାକ୍ତରଙ୍କୁ ବ୍ଲାକମେଲ୍ । ନାଇଜେରିଆ ଯୁବକଙ୍କୁ ବାନ୍ଧିଲା ପୁଲିସ । ଦିଲ୍ଲୀରୁ ଉଠାଇ ଆଣିଲା କମିଶନରେଟ ପୁଲିସ । ଗିରଫ ପରେ ଅଭିଯୁକ୍ତକୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛି ପୁଲିସ । ନ୍ୟୁଡ୍ ସିନ୍ ଭାଇରାଲ ଧମକ ଦେଇଥିଲା ନାଇଜେରିଆନ୍ । ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ପରେ ପରିବାର ଅଭିଯୋଗ କରିଥିଲେ । ଅଭିଯୁକ୍ତ ନିକଟରୁ ୮ଟି ସିମ୍ କାର୍ଡ ଓ ୫ଟି ମୋବାଇଲ ଜବତ । ଜବତ ସିମ୍ କାର୍ଡ ଓ […]

କଟକ: ମହଙ୍ଗା ପଡିଲା ମହିଳା ଡାକ୍ତରଙ୍କୁ ବ୍ଲାକମେଲ୍ । ନାଇଜେରିଆ ଯୁବକଙ୍କୁ ବାନ୍ଧିଲା ପୁଲିସ । ଦିଲ୍ଲୀରୁ ଉଠାଇ ଆଣିଲା କମିଶନରେଟ ପୁଲିସ । ଗିରଫ ପରେ ଅଭିଯୁକ୍ତକୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛି ପୁଲିସ । ନ୍ୟୁଡ୍ ସିନ୍ ଭାଇରାଲ ଧମକ ଦେଇଥିଲା ନାଇଜେରିଆନ୍ । ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ପରେ ପରିବାର ଅଭିଯୋଗ କରିଥିଲେ । ଅଭିଯୁକ୍ତ ନିକଟରୁ ୮ଟି ସିମ୍ କାର୍ଡ ଓ ୫ଟି ମୋବାଇଲ ଜବତ । ଜବତ ସିମ୍ କାର୍ଡ ଓ ମୋବାଇଲରୁ ମିଳିବ ଗୁମର । ୩ ହଜାର ଯୁବତୀଙ୍କ ସ୍କ୍ରିନ୍ ସଟ୍ ରଖିଥିଲା ଅଭିଯୁକ୍ତ ।

ମିଳିଥିବା ସୂଚନା ମୁତାବକ କଟକ ଦରଘାବଜ଼ାର ଅଞ୍ଚଳର ଜଣେ ମହିଳା ଡାକ୍ତରଙ୍କ ଅଶ୍ଲିଳ ଫଟୋ ଭିଡ଼ିଓ ଭାଇରାଲ କରିବାର ଧମକ ଦେଇ ବ୍ଲାକମେଲ କରି ଟଙ୍କା ମାଗୁଥିଲା। ଲକ୍ଷାଧିକ ଟଙ୍କା ନେବାପରେ ମଧ୍ୟ ବିଦେଶୀ ନାଗରିକ ଜଣକ ଆଉ ଟଙ୍କା ମାଗିଲା। ହେଲେ ପଡିତ ମହିଳା ଡାକ୍ତର ଟଙ୍କା ନଦେବାରୁ ତାଙ୍କ ଫଟୋ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ କରିଦେଲା। ଏହାପରେ ପୀଡିତା ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଦେଲେ। ପରିବାର ଲୋକ ଏ ନେଇ ଦରଘା ବଜ଼ାର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ଟିମ ଗଠନ କରି ଦିଲ୍ଲୀରୁ ଜଣେ ନାଇଜେରିଆନକୁ ଗିରଫ କରିଛି।

About The Author: The Sakala