କଣ୍ଠ ଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଲୁକ୍ ଆଉଟ ସର୍କୁଲାର ଜାରି କଲା କମିଶନରେଟ ପୋଲିସ

କଟକ: କଣ୍ଠ ଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଲୁକ୍ ଆଉଟ ସର୍କୁଲାର ଜାରି କଲା କଟକ କମିଶନରେଟ ପୋଲିସ । ମିଳିଥିବା ସୂଚନା ମୁତାବକ ସୌରୀନଙ୍କୁ ଖୋଜିବାକୁ ପୁଲିସ ଟିମ କୋଲକାତା ଯାଇଥିଲା । ହେଲେ ପୁଲିସ ଟିମ୍ ସୌରୀନଙ୍କୁ ନ ପାଇ ଖାଲି ହାତରେ ଫେରିଥିଲା । କୋଲକାତାର ତିନୋଟି ସ୍ଥାନରେ ସୌରୀନଙ୍କୁ ଖୋଜିବାକୁ ପୁଲିସ ପ୍ରୟାସ କରିଥିବାବେଳେ ସଫଳ ହୋଇନଥିଲା । ଉଲ୍ଲେଖ ଥାଉ କି ଜଗତପୁର ସାଇ ବିହାରରେ ରହୁଥିବା ଜଣେ ବ୍ୟାଙ୍କ […]

କଟକ: କଣ୍ଠ ଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଲୁକ୍ ଆଉଟ ସର୍କୁଲାର ଜାରି କଲା କଟକ କମିଶନରେଟ ପୋଲିସ । ମିଳିଥିବା ସୂଚନା ମୁତାବକ ସୌରୀନଙ୍କୁ ଖୋଜିବାକୁ ପୁଲିସ ଟିମ କୋଲକାତା ଯାଇଥିଲା । ହେଲେ ପୁଲିସ ଟିମ୍ ସୌରୀନଙ୍କୁ ନ ପାଇ ଖାଲି ହାତରେ ଫେରିଥିଲା । କୋଲକାତାର ତିନୋଟି ସ୍ଥାନରେ ସୌରୀନଙ୍କୁ ଖୋଜିବାକୁ ପୁଲିସ ପ୍ରୟାସ କରିଥିବାବେଳେ ସଫଳ ହୋଇନଥିଲା ।

ଉଲ୍ଲେଖ ଥାଉ କି ଜଗତପୁର ସାଇ ବିହାରରେ ରହୁଥିବା ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ସୌରିନ ବାରମ୍ବାର ଦୁଷ୍କର୍ମ କରିବା ଓ ଟଙ୍କା ହଡ଼ପ୍ କରିବା ଭଳି ସଂଗିନ ଅଭିଯୋଗ ମହିଳା ଥାନାରେ ହୋଇଥିଲା। ପୁଲିସ ଏକ ମାମଲା ରୁଜୁ କରି ଜୁନ ୨୧ରେ କୋଲକାତା ସହରର ବାଲିଗଞ୍ଜ ଥାନା ଅଞ୍ଚଳରେ ଥିବା ସୌରିନଙ୍କ ଘରେ ଚଢ଼ଉ କରିଥିଲା। ଆଉ ଜୁନ ୨୬ରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ସୌରିନ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରିଥିଲେ।

About The Author: The Sakala