‘ନ୍ୟାସନାଲ କନ୍ଫରେନସ ଅନ ଡିଜିଟାଇଜେସନ ପେପରଲେସ କୋର୍ଟ’ ସମ୍ମିଳନୀକୁ ଉଦଘାଟନ କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି

କଟକ: ଜୁଡିସିଆଲ ଏକାଡେମିରେ ଅନୁଷ୍ଠିତ ‘ନ୍ୟାସନାଲ କନ୍ଫରେନସ ଅନ ଡିଜିଟାଇଜେସନ ପେପରଲେସ କୋର୍ଟ’ ସମ୍ମିଳନୀକୁ ଉଦଘାଟନ କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼। ଓଡ଼ିଶା ହାଇକୋର୍ଟ ଆନୁକୂଲ୍ୟରେ କଟକସ୍ଥିତ ଓଡ଼ିଶା ଜୁଡିସିଆଲ ଏକାଡେମୀ ପରିସରରେ ଚାଲିଛି ଜାତୀୟ ସମ୍ମିଳନୀ । ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ସହ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ରାଜେଶ ବିନ୍ଦାଲ ପ୍ରମୁଖ ଅତିଥି ଯୋଗ ଦେଇଛନ୍ତି । ଏହାସହ ବିଭିନ୍ନ ରାଜ୍ୟର ହାଇକୋର୍ଟ ବିଚାରପତି […]

କଟକ: ଜୁଡିସିଆଲ ଏକାଡେମିରେ ଅନୁଷ୍ଠିତ ‘ନ୍ୟାସନାଲ କନ୍ଫରେନସ ଅନ ଡିଜିଟାଇଜେସନ ପେପରଲେସ କୋର୍ଟ’ ସମ୍ମିଳନୀକୁ ଉଦଘାଟନ କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼। ଓଡ଼ିଶା ହାଇକୋର୍ଟ ଆନୁକୂଲ୍ୟରେ କଟକସ୍ଥିତ ଓଡ଼ିଶା ଜୁଡିସିଆଲ ଏକାଡେମୀ ପରିସରରେ ଚାଲିଛି ଜାତୀୟ ସମ୍ମିଳନୀ । ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ସହ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ରାଜେଶ ବିନ୍ଦାଲ ପ୍ରମୁଖ ଅତିଥି ଯୋଗ ଦେଇଛନ୍ତି । ଏହାସହ ବିଭିନ୍ନ ରାଜ୍ୟର ହାଇକୋର୍ଟ ବିଚାରପତି ସାମିଲ ହୋଇଛନ୍ତି । ଡିଜିଟାଇଜେସନ ଓ ପେପର ଲେସ୍ କୋର୍ଟକୁ କାର୍ଯ୍ୟକାରି କରିବାରେ ଓଡ଼ିଶା ଏବେ ସାରା ଦେଶରେ ରୋଲ୍ ମଡେଲ ସାଜିଛି । ଏ ସଂପର୍କରେ ଦୁଇ ଦିନରେ ବିସ୍ତୃତ ଭାବେ ଆଲୋଚନା କରାଯିବ।

About The Author: The Sakala