ମହାନଦୀ ଯୋବ୍ରା ବ୍ୟାରେଜ ନିକଟରେ ୩ ଜଣ ବୁଡ଼ିଯିବା ଘଟଣା: ଆଜି ମିଳିଲା ଆଉ ଜଣଙ୍କ ମୃତଦେହ

କଟକ: ମହାନଦୀ ଯୋବ୍ରା ବ୍ୟାରେଜ ନିକଟରେ ୩ ଜଣ ବୁଡ଼ିଯିବା ଘଟଣା । ଆଜି ଦ୍ୱିତୀୟ ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇଛି ଉଦ୍ଧାରକାରୀ ଟିମ୍। ନିଖୋଜ ଦୁଇ ଜଣଙ୍କ ମଧ୍ୟରୁ ଆୟୁର୍‌ ଖାନ୍‌ଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତକାଲି ୩ ଜଣ ସାଙ୍ଗ ଗାଧୋଇବାକୁ ଆସି ମହାନଦୀରେ ବୁଡ଼ି ଯାଇଥିଲେ। ଜଣକୁ ଗୁରୁତର ଭାବେ ଉଦ୍ଧାର ପରେ ମେଡିକାଲରେ ମୃତ ଘୋଷଣା ହୋଇଥିଲା । ଉକ୍ତ ମୃତକ ଜଣକ ହେଲେ, ଯୋବ୍ରା […]

କଟକ: ମହାନଦୀ ଯୋବ୍ରା ବ୍ୟାରେଜ ନିକଟରେ ୩ ଜଣ ବୁଡ଼ିଯିବା ଘଟଣା । ଆଜି ଦ୍ୱିତୀୟ ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇଛି ଉଦ୍ଧାରକାରୀ ଟିମ୍। ନିଖୋଜ ଦୁଇ ଜଣଙ୍କ ମଧ୍ୟରୁ ଆୟୁର୍‌ ଖାନ୍‌ଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗତକାଲି ୩ ଜଣ ସାଙ୍ଗ ଗାଧୋଇବାକୁ ଆସି ମହାନଦୀରେ ବୁଡ଼ି ଯାଇଥିଲେ। ଜଣକୁ ଗୁରୁତର ଭାବେ ଉଦ୍ଧାର ପରେ ମେଡିକାଲରେ ମୃତ ଘୋଷଣା ହୋଇଥିଲା । ଉକ୍ତ ମୃତକ ଜଣକ ହେଲେ, ଯୋବ୍ରା ଚାରିଘରିଆ ଅଞ୍ଚଳର ସାହିଲ ଖାନ(୧୮) । ଏହାଛଡ଼ା ୨ଜଣ ନିଖୋଜ ଥିଲେ। ୨ଜଣ ନିଖୋଜଙ୍କ ମଧ୍ଯରୁ ଆଜି ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ବର୍ତ୍ତମାନ ସୁଦ୍ଧା ଅନ୍ଯଜଣେ ହମ୍ମଦ ସିଦ୍ଦିକ ନିଖୋଜ  ଅଛନ୍ତି।

ସୂଚନା ଅନୁସାରେ, ରବିବାର ଅପରାହ୍ନ ସମୟରେ ମୋଟ ୭ଜଣ ସାଙ୍ଗ ଗାଧୋଇବାକୁ ଯାଇଥିଲେ। ପ୍ରଥମେ ଆୟୁର ପାଣିରେ ବୁଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ସାହିଲ ଓ ସିଦ୍ଦିକ ଉଦ୍ୟମ କରିଥିଲେ। ହେଲେ ୩ ଜଣ ଯାକ ମହାନଦୀ ଜଳରୁ ବାହାରି ପାରି ନଥିଲେ। ଏହା ଦେଖି ସେଠାରେ ଗାଧୋଉ ଥିବା ଅନ୍ୟ ୪ଜଣ ଯାକ ସାଙ୍ଗ ହୋହାଲ୍ଲା କରିଥିଲେ। ସ୍ଥାନୀୟ ଲୋକେ ସାହିଲଙ୍କୁ ବୁଡ଼ିଯାଉଥିବା ବେଳେ ଉଦ୍ଧାର କରିଥିଲେ। ତାଙ୍କୁ ଚିକିତ୍ସା ନିମନ୍ତେ ଏସ୍‍ସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ସାହିଲଙ୍କୁ ମୃତ ଘୋଷଣା କରିଥିଲେ।

About The Author: The Sakala