ଭୁବନେଶ୍ବର: ଛାତ୍ର କଂଗ୍ରେସ ନେତା ଓ କର୍ମକର୍ତ୍ତାଙ୍କୁ ଅପରାଧୀ ଭଳି ଥାନାରେ ଅଟକ ଘଟଣାରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା। ରାଜ୍ୟରେ ଆଉ ଗଣତନ୍ତ୍ର ନ ଥିବା କଥା କ୍ଷୋଭର ସହ କହିଛନ୍ତି ନିରଞ୍ଜନ। କଳା ପତାକା ପ୍ରଦର୍ଶନର ଅଧିକାର ସମସ୍ତଙ୍କର ରହିଛି। ଗତକାଲି ଆରଏସଏସ ନେତା ମୋହନ ଭଗବତଙ୍କ ଗସ୍ତ ବେଳେ କଳା ପତାକା ଦେଖାଇଥିଲା ଛାତ୍ର କଂଗ୍ରେସ। ଗଣତନ୍ତ୍ରରେ ଏହା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। କିନ୍ତୁ ବର୍ତ୍ତମାନର ସରକାର ଅସହିଷ୍ଣୁ ହୋଇପଡିଛି। ଏହାକୁ ଗ୍ରହଣ କରିବା ଅବସ୍ଥାରେ ନାହିଁ। ଯାହାକି ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ନିରଞ୍ଜନ।
ସେପଟେ, ସହରରେ ବଢୁଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ମଧ୍ୟ ପ୍ରବଳ ବର୍ଷିଛନ୍ତି ନିରଞ୍ଜନ। ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର, ସାମନ୍ତରାପୁରରୁ ଏଟିଏମ ତାଡି ଲୁଟ, ସହଦେବ ନାୟକଙ୍କୁ ହତ୍ୟା, ଆପାର୍ଟମେଣ୍ଟରୁ ଲୁଟ ସହ ତାଙ୍କ ଘରୁ ଲୁଟେରା କଳାକନା ବୁଲାଇଦେଇଥିବା ଘଟଣାରେ ପୁଲିସର ପାରିବାପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି କହିଛନ୍ତି ନିରଞ୍ଜନ। ଦକ୍ଷ ପୁଲିସ ଅଫିସରଙ୍କ ଆବଶ୍ୟକତା , ତଦନ୍ତ ପ୍ରକ୍ରିୟାରେ ଉନ୍ନତ ଜ୍ଞାନ କୌଶଳର ଆବଶ୍ୟକତାର ଆବଶ୍ୟକତା ଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା। କେବଳ ଭୁବନେଶ୍ୱର ନୁହେଁ, ଗତ କିଛି ଦିନ ହେଲା ସାରା ରାଜ୍ୟ ଅପରାଧୀଙ୍କ ଚରା ଭୂଇଁ ପାଲଟିଥିବା କ୍ଷୋଭର ସହ କହିଛନ୍ତି ନିରଞ୍ଜନ।