ଦୁର୍ନୀତିଖୋରଙ୍କ ଆୟର ସୁରକ୍ଷିତ ସ୍ଥାନ କ୍ରିଫ୍ଟୋ କରେନ୍ସି : ଥଳକୂଳ ପାଉନାହାନ୍ତି ଭିଜିଲାନ୍ସ ଓ ଆୟକର ବିଭାଗ

ଭୁବନେଶ୍ୱର : ଦୁର୍ନୀତିଖୋର ଅଧିକାରୀମାନଙ୍କ ପାଇଁ ଏବେ ବିକଳ୍ପ ପାଲଟିଛି କ୍ରିଫ୍ଟୋ କରେନ୍ସି। ସେମାନେ ବିଭିନ୍ନ କରେନ୍ସିରୁ ବିଟ୍‌‌ କଏନ୍‌‌ କିଣି ଟଙ୍କା ଲଗାଇଛନ୍ତି। ଯାହାଫଳରେ କଏନ୍‌‌ର ମୂଲ୍ୟ ବଢ଼ିବା ପରେ ସେମାନଙ୍କ କଳାଧନର ମୂଲ୍ୟ ମଧ୍ୟ ବଢ଼ିବାରେ ଲାଗିଛି। ପୂର୍ବରୁ ଦୁର୍ନୀତିଖୋର ଅଫିସର କଳାଧନ ଲୁଚାଇବା ପାଇଁ ଆଗରୁ ସୁନା, ଜମି କିଣୁଥିଲେ। ଆହୁରି ମଧ୍ୟ ବିଡା ବିଡା ନୋଟ ବିଭିନ୍ନ ଠିକଣାରେ ରଖୁଥିଲେ। କିନ୍ତୁ ଏବେ କଳାଧନ ଲୁଚାଇ ରଖିବାର ଠିକଣା ବଦଳି ଗଲାଣି। […]

ଭୁବନେଶ୍ୱର : ଦୁର୍ନୀତିଖୋର ଅଧିକାରୀମାନଙ୍କ ପାଇଁ ଏବେ ବିକଳ୍ପ ପାଲଟିଛି କ୍ରିଫ୍ଟୋ କରେନ୍ସି। ସେମାନେ ବିଭିନ୍ନ କରେନ୍ସିରୁ ବିଟ୍‌‌ କଏନ୍‌‌ କିଣି ଟଙ୍କା ଲଗାଇଛନ୍ତି। ଯାହାଫଳରେ କଏନ୍‌‌ର ମୂଲ୍ୟ ବଢ଼ିବା ପରେ ସେମାନଙ୍କ କଳାଧନର ମୂଲ୍ୟ ମଧ୍ୟ ବଢ଼ିବାରେ ଲାଗିଛି। ପୂର୍ବରୁ ଦୁର୍ନୀତିଖୋର ଅଫିସର କଳାଧନ ଲୁଚାଇବା ପାଇଁ ଆଗରୁ ସୁନା, ଜମି କିଣୁଥିଲେ। ଆହୁରି ମଧ୍ୟ ବିଡା ବିଡା ନୋଟ ବିଭିନ୍ନ ଠିକଣାରେ ରଖୁଥିଲେ। କିନ୍ତୁ ଏବେ କଳାଧନ ଲୁଚାଇ ରଖିବାର ଠିକଣା ବଦଳି ଗଲାଣି। ଏବେ ଦୁନୀତିଖୋର ସରକାରୀ ବାବୁ କ୍ରିପ୍ଟୋ କରେନ୍ସିରେ କଳାଧନ ଲୁଚାଉଛନ୍ତି। ଯାହାକି ଭିଜିଲାନ୍ସ ପୂର୍ବରୁ ଗିରଫ କରିଥିବା ସରକାରୀଙ୍କ ବାବୁ କ୍ଷେତ୍ରରେ ଦେଖିବାକୁ ମିଳିଛି। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସ ଏବଂ ଅନ୍ୟମାନେ ଏହି କ୍ରିପ୍ଟୋ କଏନରେ ଟଙ୍କା ଲଗାଇଥିଲେ। ବିଭିନ୍ନ ଲୋକଙ୍କ ନାମରେ ଆଇଡି ଖୋଲି ସରକାରୀ ବାବୁ ସେଥିରେ ଟଙ୍କା ଲଗାଇଛନ୍ତି। ପ୍ରଥମେ ସେ ନିଜ ଆକାଉଣ୍ଟରୁ ଟଙ୍କା ଏହି କ୍ରିଫ୍ଟୋ କଏନ୍‌‌ ମାଧ୍ୟମରେ ଲଗାଉଥିଲେ। ନିହାର ଧରାନପଡ଼ିବା ପାଇଁ ଅନ୍ୟଠାରୁ ନଗଦ କ୍ୟାସ୍‌‌ ଦେଇ କଏନ୍‌‌ କିଣୁଥିଲେ।

କଏନ୍‌‌ ଲଗାଇବାକୁ ଅଛନ୍ତି ଏଜେଣ୍ଟ

କ୍ରିପ୍ଟୋରେ ଟଙ୍କା ଲଗାଇବା ସହଜ ନୁହେଁ। ତେଣୁ ରାଜଧାନୀରେ ଏବେ ଏକାଧିକ ଏଜେଣ୍ଟ ବୁଲୁଛନ୍ତି। ସେମାନେ ଲୋକଙ୍କୁ ଲଗାଇବା କୌଶଳ ଶିଖାଉଛନ୍ତି। ଯାହାଫଳରେ ସେମାନେ ସରକାରୀ ବାବୁ, ଠିକାଦାର ଆଦିଙ୍କୁ ଶିକ୍ଷା ଦେଉଛନ୍ତି। ଏହାଦ୍ୱାରା ସରକାରୀ ବାବୁ ଯେଉଁ କଳାଧନ ଅର୍ଜନ କରୁଛନ୍ତି। ସେମାନେ ଏଥିରେ ଲଗାଇ ଦେଉଛନ୍ତି। ନିଜ ଆଣ୍ଡ୍ରୋଏଡ୍‌‌ ଫୋନ୍‌‌ରେ ଇନ୍‌‌ଷ୍ଟଲ୍‌‌ କରି ଏକ ଆଇଡି ଖୋଲିବେ। ଆଇଡି ଖୋଲିବା ପରେ କିଭଳି କ୍ରିପ୍ଟୋରେ ସେୟାର କିଣିବେ ତାହାର ବାଟ ବତାଉଛନ୍ତି ଏଜେଣ୍ଟ। ଅଭିଯୁକ୍ତମାନେ ମୋବାଇଲରେ କ୍ରିଫ୍ଟୋର ଏକାଧିକ ଆପ୍‌‌ ଇନ୍‌‌ଷ୍ଟଲ କରି କଳାଧନ ଲଗାଉଛନ୍ତି।

ବାବୁଆଣୀଙ୍କ ନାମରେ କ୍ରିପ୍ଟୋ ଆକାଉଣ୍ଟ

କଳାଧନର ନୂଆ ଠିକଣା ପାଲଟିଥିଲା କ୍ରିପ୍ଟୋ କରେନ୍ସି। ସରକାରୀ ବାବୁ ନିଜ ନାମରେ କମ୍‌‌ ଏବଂ ପତ୍ନୀଙ୍କ ନାମରେ ଏକାଧିକ ଆଇଡି ଖୋଲି କ୍ରିପ୍ଟୋ କରେନ୍ସିରେ କଳାଧନ ଲଗାଉଛନ୍ତି। ଅନେକ କ୍ଷେତ୍ରରେ ପିଲାଙ୍କ ନାମରେ ମଧ୍ୟ କ୍ରିପ୍ଟୋ ଆକାଉଣ୍ଟ ଖୋଲି ଟଙ୍କା ରଖୁଛନ୍ତି। ଏଥିରେ କୌଣସି କାଗଜପତ୍ରର ଆବଶ୍ୟକ ପଡେ ନାହିଁ। କେବଳ ଆପ୍‌‌ରେ ଆଇଡି, ପାସ୍‌‌ୱାର୍ଡ ମାରିବା ପରେ ତାହା ଖୋଲିବା ପରେ କେତେ କଏନ ଅଛି ସ୍ପଷ୍ଟ ହୁଏ। ସ୍ୱତନ୍ତ୍ର ଏକ୍ସପଟ୍‌‌ ନ ହେଲେ ଏହି କ୍ରିପ୍ଟୋକୁ ଧରିବା ଅସମ୍ଭବ ତେଣୁ ଭିଜିଲାନ୍ସ ଭଳି ଓଡ଼ିଶା ପୁଲିସ ମଧ୍ୟ ଏକ୍ସପଟ୍‌‌ଙ୍କୁ ନିଯୁକ୍ତି କରିବା ଆବଶ୍ୟକ।

କ୍ରିପ୍ଟୋ କରେନ୍ସି କ’ଣ

ବ୍ୟକ୍ତିଗତ ନିୟନ୍ତ୍ରଣରେ ରହିଥାଏ ଏହି କରେନ୍ସି। କୌଣସି ସରକାରୀ ସଂସ୍ଥା ଏହାର ନିୟନ୍ତ୍ରଣ କରି ନ ଥାଏ। ଏଥିରେ କାରବାର କଲେ ଏହାକୁ କେଉଁଠି ରେକର୍ଡ ହୋଇନଥାଏ। ଆୟକର ବିଭାଗ ଏହି କାରବାରକୁ ଜାଣି ପାରିନଥାଏ।ତେଣୁ ଆୟକର ଫାଙ୍କିବା ସହଜ ହୋଇଯାଏ। କେତେ ଟଙ୍କାର ନିବେଶ ହେଲା, କେଉଁପ୍ରକାର କାରବାର ହେଲା, ତାକୁ ଜାଣିବା ସମ୍ଭବ ହୋଇନଥାଏ। ତେଣୁ ଏବେ ରାଜଧାନୀର ଏକାଧିକ ସରକାରୀ ବାବୁ କ୍ରିପ୍ଟୋ ଏବଂ ବିଟ୍‌‌ କଏନ୍‌‌ ମାଧ୍ୟମରେ କୋଟି କୋଟି ଟଙ୍କାର କଳାଧନ ରଖିଥିବା ସନ୍ଦେହ କରାଯାଉଛି।

କ’ଣ ଏହି ‘କ୍ରିପ୍ଟୋ ୱାଲେଟ୍‌‌

କ୍ରିପ୍ଟୋ ୱାଲେଟ୍‌‌ ଏକ ଡିଜିଟାଲ ୱାଲେଟ୍‌‌। ଯେଉଁଥିରେ ଡିଜିଟାଲ କରେନ୍ସି ରଖାଯାଏ। ସ୍ମାର୍ଟଫୋନରେ ଏହି ଆପକୁ ଡାଉନଲୋଡ କରିହେବ। ଏଥିରେ ବିଟ କଏନ, ଇଥେରିୟମ ଭଳି କ୍ରିପ୍ଟୋ-କରେନ୍ସିକୁ ସୁରକ୍ଷିତ ରଖାଯାଇପାରିବ। କ୍ରିପ୍ଟୋ-କରେନ୍ସି କାରବାର ପାଇଁ ଏହି ୱାଲେଟ୍‌‌ ବ୍ୟବହାର କରାଯାଏ। ଏହି କାରବାର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ହୋଇଥାଏ।ପାସୱାର୍ଡ ବା ସ୍ୱତନ୍ତ୍ର କି’ ଦ୍ୱାରା ଏଥିରେ କାରବାର ହୋଇଥାଏ। ଭାରତରେ କ୍ରିପ୍ଟୋ-କରେନ୍ସିର କାରବାର ହୋଇ ପାରୁନାହିଁ। ଟିଆରଏକ୍ସ-ଟ୍ରାନ୍ସ, ଟ୍ରଷ୍ଟ ୱାଲେଟସ, ପିଏଲସିୟୁ ଭଳି ୱାଲେଟ୍‌‌ ଜରିଆରେ କ୍ରିପ୍ଟୋ କରେନ୍ସି ରଖାଯାଏ।

About The Author: The Sakala