ବିଜେପି ରାଲିରୁ ଫେରାର ଅପରାଧୀ ଗିରଫ, ରାଜରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଥିଲା

ଭୁବନେଶ୍ୱର : ସୋମବାର ରାଜଧାନୀରେ ବିଜେପି ରାଲିରୁ ଜଣେ ଫେରାର ଅପରାଧୀକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତର ନାମ କଲର ପାପୁନି। କେବିଏନ୍‌‌ ଗ୍ୟାଙ୍ଗ ସହ ସମ୍ପୃକ୍ତ ଥିବା ପାପୁନି ୪ ବର୍ଷ ତଳେ ଜଣେ ବ୍ୟକ୍ତିଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଥିଲା। ଦାଦାବଟି ଦେବାକୁ ସମ୍ପୃକ୍ତ ବ୍ୟକ୍ତି ମନା କରିବାରୁ ତା’ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା। ଏ ସଂକ୍ରାନ୍ତରେ ଖାରବେଳନଗର ଥାନାରେ ତା’ ନାମରେ ଏକ ମାମଲା ରୁଜୁ ହୋଇଥିଲେ ହେଁ ପୁଲିସକୁ ଚକମା ଦେଇ […]

ଭୁବନେଶ୍ୱର : ସୋମବାର ରାଜଧାନୀରେ ବିଜେପି ରାଲିରୁ ଜଣେ ଫେରାର ଅପରାଧୀକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତର ନାମ କଲର ପାପୁନି। କେବିଏନ୍‌‌ ଗ୍ୟାଙ୍ଗ ସହ ସମ୍ପୃକ୍ତ ଥିବା ପାପୁନି ୪ ବର୍ଷ ତଳେ ଜଣେ ବ୍ୟକ୍ତିଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଥିଲା। ଦାଦାବଟି ଦେବାକୁ ସମ୍ପୃକ୍ତ ବ୍ୟକ୍ତି ମନା କରିବାରୁ ତା’ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା। ଏ ସଂକ୍ରାନ୍ତରେ ଖାରବେଳନଗର ଥାନାରେ ତା’ ନାମରେ ଏକ ମାମଲା ରୁଜୁ ହୋଇଥିଲେ ହେଁ ପୁଲିସକୁ ଚକମା ଦେଇ ସେ ଫେରାର ହୋଇ ଯାଇଥିଲା। ତଦନ୍ତକାରୀ ଅଧିକାରୀଙ୍କ ବଦଳି ପରେ ଏହି ମାମଲା ଚପି ଯାଇଥିଲା। ଏହାର ସୁଯୋଗରେ କଲର ବାପୁନି ରାଜଧାନୀରେ କେବିଏନ୍‌‌ ଗ୍ୟାଙ୍ଗ ସହ ମିଶି ଅପରାଧ ଚଳାଇଥିଲା।

ଗତକାଲି ବିଜେପି ରାଲିରେ କଲର ପାପୁନି ମୁଣ୍ଡରେ ପତାକା ଗୁଡ଼ାଇ ଗାନ୍ଧୀମାର୍ଗରେ ଆଗକୁ ଆଗକୁ ମାଡ଼ି ଚାଲିଥିଲା। ସଚିବାଳୟ ଅଭିମୁଖେ ଯିବା ସମୟରେ ପୁଲିସ ଆନ୍ଦୋଳନକାରୀମାନଙ୍କୁ ଅଟକାଇଥିଲା। ସେଠାରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ଏହି ରାଲିରେ ଡ୍ୟୁଟି କରୁଥିବା ମାମଲାର ପୂର୍ବ ତଦନ୍ତ ଅଧିକାରୀ କଲର ପାପୁନିଙ୍କୁ ଚିହ୍ନି ପାରିଥିଲେ। ତାକୁ ଗିରଫ କରିବାକୁ ଯିବାବେଳେ ପାପୁନି ତଦନ୍ତକାରୀ ପୁଲିସ ଅଧିକାରୀଙ୍କୁ ଚିହ୍ନି ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲା। ମାତ୍ର ଅନ୍ୟ ସୁରକ୍ଷାକର୍ମୀମାନେ ତାକୁ ମାଡ଼ିବସିଥିଲେ। ଧରିବା ପରେ ତାକୁ ଖାରବେଳ ନଗର ଥାନାକୁ ନିଆଯାଇଥିଲା। ଆଜି କଲର ପାପୁନିକୁ କୋର୍ଟ ଚାଲାଣ କରିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

About The Author: The Sakala