ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଚିହ୍ନଟ ହେଲେ ଆଉ ୩୧୬ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ସଂକ୍ରମଣ ହାର। ଦିନେ ବଢିଲେ ଆଉ ଦିନେ କାମୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୩୧୬ ଜଣ ନୂଆ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୬ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୩୦ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୫୧ ଜଣ ପଜିଟିଭ ରହିଛନ୍ତି। ଏଥିସହ ରାଜ୍ୟରେ ମୋଟ […]

ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ସଂକ୍ରମଣ ହାର। ଦିନେ ବଢିଲେ ଆଉ ଦିନେ କାମୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୩୧୬ ଜଣ ନୂଆ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୬ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୩୦ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୫୧ ଜଣ ପଜିଟିଭ ରହିଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୨୭୭୩ କୁ ବୃଦ୍ଧି ପାଇଥିବା ବେଳେ ୧୦୨୯୧୪୭ ଜଣ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ଆଉ ୪୨୩୭ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି।

About The Author: The Sakala