ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢାଉଛି କରୋନା। ଏପଟେ ଦୈନିକ ସଂକ୍ରମଣଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। କରୋନା ଗତ ୨୪ ଘଣ୍ଟାରେ ଆଉ ୩୩ ଜଣଙ୍କ ଜୀବନ ନେଇଛି। ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ଜଣ ସଂକ୍ରମିତଙ୍କ ଜୀବନ ନେଇଛି ମହାମାରୀ କରୋନା। ଅନୁଗୁଳ, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାରୁ ୪ ଜଣ ଲେଖାଏଁଙ୍କ ଜୀବନ ଯାଇଥିବା ବେଳେ ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ଗଞ୍ଜାମ ଓ କେନ୍ଦୁଝର ଜିଲ୍ଲାରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଥିବା ବେଳେ ଦେବଗଡ଼, ଯାଜପୁର, କନ୍ଧମାଳ ଓ କୋରାପୁଟ ଜିଲ୍ଲାରୁ ଜଣେ ଲେଖାଏଁଙ୍କ ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨,୫୪୯କୁ ବୃଦ୍ଧି ପାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।
ଥମୁନି ମୃତ୍ୟୁ: ରାଜ୍ୟରେ କରୋନା ନେଲା ଆଉ ୩୩ ଜୀବନ
ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢାଉଛି କରୋନା। ଏପଟେ ଦୈନିକ ସଂକ୍ରମଣଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। କରୋନା ଗତ ୨୪ ଘଣ୍ଟାରେ ଆଉ ୩୩ ଜଣଙ୍କ ଜୀବନ ନେଇଛି। ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ଜଣ ସଂକ୍ରମିତଙ୍କ ଜୀବନ ନେଇଛି ମହାମାରୀ କରୋନା। ଅନୁଗୁଳ, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାରୁ ୪ ଜଣ ଲେଖାଏଁଙ୍କ ଜୀବନ ଯାଇଥିବା ବେଳେ ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ୩ […]