କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା :ରାଜସ୍ବ ମନ୍ତ୍ରୀ ଓ SRCଙ୍କ ସମେତ ୪ ବରିଷ୍ଠ ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବାଲେଶ୍ବରରେ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା। ଭୟଙ୍କର ଦୁର୍ଘଟଣାରେ ବହୁ ମୃତାହତ ହେବା ସହ ଅନେକ ଆହତ ହୋଇଥିବା ଜଣାପଡିଛି। ବାହାନଗା ଷ୍ଟେସନ୍‌ ନିକଟ ପଣପଣାଠାରେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ଟ୍ରେନ୍‌ଟି ସାଲିମାରରୁ ଚେନ୍ନାଇ ଯାଉଥିଲା। ଏହି ସମୟରେ ଅପରାହ୍ନ ପ୍ରାୟ ୭ଟା‌ ୫ ମିନିଟ୍‌ରେ ବାହାନଗା ଷ୍ଟେସନ୍‌ ନିକଟରେ ଛିଡ଼ା ହୋଇଥିବା ଏକ ମାଲ୍‌ବାହୀ ଟେନ୍‌ ଉପରେ ଏହା ଚଢ଼ିଯାଇଥିଲା। ଫଳରେ ଟ୍ରେନ୍‌ର ୮ଟି ବଗି ରେଳଧାରଣାରୁ ତଳକୁ ଖସିପଡ଼ିଛି। […]

ଭୁବନେଶ୍ବର : ବାଲେଶ୍ବରରେ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା। ଭୟଙ୍କର ଦୁର୍ଘଟଣାରେ ବହୁ ମୃତାହତ ହେବା ସହ ଅନେକ ଆହତ ହୋଇଥିବା ଜଣାପଡିଛି। ବାହାନଗା ଷ୍ଟେସନ୍‌ ନିକଟ ପଣପଣାଠାରେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ଟ୍ରେନ୍‌ଟି ସାଲିମାରରୁ ଚେନ୍ନାଇ ଯାଉଥିଲା। ଏହି ସମୟରେ ଅପରାହ୍ନ ପ୍ରାୟ ୭ଟା‌ ୫ ମିନିଟ୍‌ରେ ବାହାନଗା ଷ୍ଟେସନ୍‌ ନିକଟରେ ଛିଡ଼ା ହୋଇଥିବା ଏକ ମାଲ୍‌ବାହୀ ଟେନ୍‌ ଉପରେ ଏହା ଚଢ଼ିଯାଇଥିଲା। ଫଳରେ ଟ୍ରେନ୍‌ର ୮ଟି ବଗି ରେଳଧାରଣାରୁ ତଳକୁ ଖସିପଡ଼ିଛି। ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୦ରୁ ଅଧିକ ମୃତ ଏବଂ ୧୦୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳୁଥିଲେ ମଧ୍ୟ ସରକାରୀ ଭାବେ କିଛି ସୂଚନା ଦିଆଯାଇନାହିଁ।

ଯାତ୍ରୀଙ୍କୁ ଉଦ୍ଧାର ଓ ତତ୍କାଳ ମେଡିକାଲ ଚିକିତ୍ସା ସୁବିଧା ଦେବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଜରୁରୀକାଳୀନ କଣ୍ଟ୍ରୋଲରୁମ୍ ନମ୍ବର ଜାରି ହୋଇଛି । ବାଲେଶ୍ୱରଠାରେ ସରକାରଙ୍କ ପକ୍ଷରୁ ସ୍ଥାପନ ହୋଇଥିବା ଏହି କଣ୍ଟ୍ରୋଲରୁମ ନମ୍ବର ହେଲା ୬୭୮୨୨୬୨୨୮୬ (ମୋବାଇଲ ଫୋନ୍ ନମ୍ବର)। ସେହିପରି ଏସ୍‌ଆର୍‌ସିଙ୍କ କାର୍ୟ୍ୟାଳୟରେ ଏକ କଣ୍ଟ୍ରୋଲ୍‌ ରୁମ୍‌ ଖୋଲା ଯାଇଛି। ସେହି ନମ୍ୱର ହେଲା ୦୬୭୪- ୨୫୩୪୧୭୭। ଜରୁରୀକାଳୀନ ସୂଚନା ପାଇଁ ଏହି ନମ୍ବର ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଏହାସହିତ ଯାତ୍ରୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଭଦ୍ରକରୁ ୫ଟି ଆମ୍ବୁଲାନ୍ସ ଦୁର୍ଘଟଣାସ୍ଥଳକୁ ପଠାଯାଇଛି ।

ଅପ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦୁର୍ଘଟଣା ସ୍ଥଳକୁ ରାଜ୍ୟର ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ, ବରିଷ୍ଠ ଆଇଏଏସ ହେମନ୍ତ ଶର୍ମା, ବଲବନ୍ତ ସିଂହ, ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କୁ ତୁରନ୍ତ ପହଞ୍ଚିବାକୁ ନିର୍ଦେଶ ଦେଇଛନ୍ତି। ଏମାନେ ଘଟଣାସ୍ଥଳକୁ ବାହାରିଯାଇଛନ୍ତି। ଏଥି ସହିତ ସମସ୍ତ ମେଡିକାଲକୁ ମଧ୍ୟ ଆର୍ଲଟ କରିଛନ୍ତି। ବାଲେଶ୍ବର ମେଡିକାଲକୁ ଅନ୍ୟ ଜିଲ୍ଲାରୁ ଡାକ୍ତରମାନଙ୍କୁ ପହଞ୍ଚିବାକୁ ନିର୍ଦେଶ ଦିଆଯାଇଛି।

ରେଳବାଇ ପକ୍ଷରୁ  ଦୁର୍ଘଟଣାରେ ପୀଡିତ ପରିବାର ଲୋକଙ୍କ ପାଇଁ ହେଲ୍‌ପଲାଇନ୍‌ ନମ୍ବର ଜାରି କରାଯାଇଛି। ହାୱଡା ହେଲ୍‌ପଲାଇନ୍‌ ନମ୍ବର ୦୩୩-୨୬୩୮୨୨୧୭, ଖଡ଼ଗପୁର ହେଲ୍‌ପଲାଇନ୍‌ ନମ୍ବର ୮୯୭୨୦୭୩୯୨୫ ଓ ୯୩୩୨୩୯୨୩୩୯, ବାଲେଶ୍ବର ହେଲ୍‌ପଲାଇନ୍‌ ନମ୍ବର ୮୨୪୯୫୯୧୫୫୯ ଓ ୭୯୭୮୪୧୮୩୨୨, ଶାଲିମାର ହେଲ୍‌ପଲାଇନ୍‌ ନମ୍ବର ୯୯୦୩୩୭୦୭୪୬।

ଅନ୍ୟପଟେ ଏହି ଟ୍ରେନର ବଗି ତଳେ ପ୍ରାୟ ୪୦୦ ଯାତ୍ରୀ ଏବେବି ଟ୍ରେନ ତଳେ ଚାପି ହୋଇ ରହିଥିବାବେଳେ ଉଦ୍ଧାର କାର୍ଯ୍ୟ ପାଇଁ ୪ ଓଡ୍ରାଫ ଓ ୩ ଏନଡିଆରଏଫ ଟିମକୁ ଘଟଣାସ୍ଥଳକୁ ଯିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ବାଲେଶ୍ୱର ଜିଲ୍ଲାପାଳଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯାଇ ସ୍ଥାନୀୟ ପ୍ରଶାସନ ସହାୟତାରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ୍‌ ନିକଟ ପଣପଣାଠାରେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ଟ୍ରେନ୍‌ଟି ସାଲିମାରରୁ ଚେନ୍ନାଇ ଯାଉଥିଲା। ଏହି ସମୟରେ ଅପରାହ୍ନ ପ୍ରାୟ ୭ଟା‌ ୦୫ ମିନିଟ୍‌ରେ ବାହାନଗା ଷ୍ଟେସନ୍‌ ନିକଟରେ ଛିଡ଼ା ହୋଇଥିବା ଏକ ମାଲ୍‌ବାହୀ ଟେନ୍‌ ଉପରେ ଏହା ଚଢ଼ିଯାଇଥିଲା। ଫଳରେ ଟ୍ରେନ୍‌ର ୮ଟି ବଗି ରେଳଧାରଣାରୁ ତଳକୁ ଖସିପଡ଼ିଛି। ଦୁର୍ଘଟଣା ଅତି ଭୟଙ୍କର ହୋଇଥିବା ବେଳେ ଅନେକ ଯାତ୍ରୀଙ୍କ ଜୀବନ ଯାଇଥିବା ଏବଂ ଶତାଧିକ ଯାତ୍ରୀ ଆହତ ହୋଇଥିବା ଅନୁମାନ କରାଯା‌ଉଛି।

About The Author: The Sakala