ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କ୍ରମାଗତ ଭାବେ ଅବମାନନା କରୁଛନ୍ତି ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ବର: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କ୍ରମାଗତ ଭାବେ ଅବମାନନା କରୁଛନ୍ତି ପ୍ରଦୀପ ପାଣିଗ୍ରାହୀ। ଗତ ୨୦୨୦ ମସିହାରେ ଟାଟା ମୋଟର୍ସ ଲିମିଟେଡ଼ରେ ଚାକିରି କରାଇଦେବାର ମିଛ ପ୍ରତଶ୍ରୁତି ଦେଇ ଗରିବଲୋକଙ୍କ ଠାରୁ ଲକ୍ଷଲକ୍ଷ ଟଙ୍କା ଠକି ନେଇଥିଲେ ବ୍ରହ୍ମପୁରର ବିଧାୟକ ଓ ବର୍ତ୍ତମାନର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀ ଆକାଶ ପାଠକ। ଟାଟା ମୋଟର୍ସ୍ ଲିମିଟେଡ଼ ତରଫରୁ କରାଯାଇଥିବା ଏତଲା ମୁତାବକ ଆକାଶ ପାଠକ ଓ ପ୍ରଦୀପ ପାଣିଗ୍ରାହୀ ଟାଟା ମୋଟୋର୍ସ୍ କମ୍ପାନୀର […]

ଭୁବନେଶ୍ବର: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କ୍ରମାଗତ ଭାବେ ଅବମାନନା କରୁଛନ୍ତି ପ୍ରଦୀପ ପାଣିଗ୍ରାହୀ। ଗତ ୨୦୨୦ ମସିହାରେ ଟାଟା ମୋଟର୍ସ ଲିମିଟେଡ଼ରେ ଚାକିରି କରାଇଦେବାର ମିଛ ପ୍ରତଶ୍ରୁତି ଦେଇ ଗରିବଲୋକଙ୍କ ଠାରୁ ଲକ୍ଷଲକ୍ଷ ଟଙ୍କା ଠକି ନେଇଥିଲେ ବ୍ରହ୍ମପୁରର ବିଧାୟକ ଓ ବର୍ତ୍ତମାନର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀ ଆକାଶ ପାଠକ।

ଟାଟା ମୋଟର୍ସ୍ ଲିମିଟେଡ଼ ତରଫରୁ କରାଯାଇଥିବା ଏତଲା ମୁତାବକ ଆକାଶ ପାଠକ ଓ ପ୍ରଦୀପ ପାଣିଗ୍ରାହୀ ଟାଟା ମୋଟୋର୍ସ୍ କମ୍ପାନୀର ଜାଲ ଇ-ମେଲ୍ ଆଇଡି ତିଆରି କରିବା ସହ ନିଜକୁ ଟାଟା ମୋଟର୍ସର ଏମ.ଡି ପରିଚୟ ଦେଇ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ, ମୁଖ୍ୟତଃ ବ୍ରହ୍ମପୁର ଅଞ୍ଚଳର ବହୁ ଗରିବ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ ନେଇଥିଲେ। ଏହି ମାମଲା ଏବେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ବିଚାରାଧୀନ ରହିଛି।

ପ୍ରକାଶଥାଉକି, ଏହି ମାମଲାରେ ପ୍ରଦୀପ ପାଣିଗ୍ରାହୀ ଜେଲ୍ ମଧ୍ୟ ଯାଇଥିଲେ ଓ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଦ୍ଵାରା ସର୍ତମୂଳକ ଜାମିନ୍ ପାଇଥିଲେ। ହେଲେ ଆଦେଶନାମାରେ ଥିବା ସର୍ତ୍ତାବଳୀ ଗୁଡ଼ିକୁ ବାରମ୍ବାର ଉଲଂଘନ କରାଯାଉଛି।

ମାନ୍ୟବର ଅଦାଲତ ଜାରି କରିଥିବା ସର୍ତ୍ତ ଯେପରି ଆସାମୀ ମାନେ ପ୍ରତି ତାରିଖରେ କୋର୍ଟ ରେ ବ୍ୟକ୍ତିଗତ ଭାବେ ଯାହାର ହେବାକୁ ଥିବା ବେଳେ ଏହାର ଉଲଂଘନ କରାଯାଇଛି । ଠିକ୍ ସେହିପରି ଜାମିନ୍ ରେ ଥିବା ସମୟରେ କେଶ୍ ରେ ଜଡ଼ିତ କୌଣସି ବିବୃତ୍ତି ପ୍ରେସ ଆଗରେ ରଖିବେ ନାହିଁ ଓ କୌଣସି ପ୍ରେସ ସାକ୍ଷାତକାର କରିବେ ନାହିଁ। ମାତ୍ର ଏହା ପରିଲକ୍ଷିତ ହେଉଛି ଯେ ବିଭିନ୍ନ ସମୟରେ ବିଭିନ୍ନ ଅଳରେ ଶ୍ରୀ ପାଣିଗ୍ରାହୀ ପ୍ରେସରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ବିବୃତ୍ତି ରଖୁଛନ୍ତି ଯେଉଁଥିପାଇଁ ତାଙ୍କର ଜାମିନ୍ ଖାରଜ ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି। ବିଗତ ଦିନ ମାନଙ୍କରେ ପ୍ରାୟ ଚାରି ପାଞ୍ଚଟି ତାରିଖରେ ଶ୍ରୀ ପାଣିଗ୍ରାହୀ ବ୍ୟକ୍ତିଗତ ଭାବରେ ବିଚାବିଭାଗୀୟ ଅଦାଲତରେ ହଜାର ହୋଇନାହାନ୍ତି ଏବଂ ବିଭିନ୍ନ ଆଳରେ ହାଇକୋର୍ଟ ନିର୍ଦ୍ଦେଶକୁ ଅବମାନନା କରି ଆସୁଛନ୍ତି। ଏହା ସାଧାରଣ ଲୋକଙ୍କ ମନରେ ବିଚାରବିଭାଗ ପ୍ରତି ଏକ ପ୍ରଶ୍ନ ଓ ପ୍ରଦୀପ ଙ୍କ ସ୍ୱାଭିମାନ, ସମ୍ମାନ କ୍ଷୁର୍ଣ୍ଣ କରିବା ସହ ତାଙ୍କୁ ଏକ ଅଦାଲତ ଅବମାନନା କରିଥିବା ଆସାମୀ ବୋଲି ବିବେଚନା କରା ଯାଉଛି। ଏହାକୁ ବୁଦ୍ଧିଜିବୀମାନେ ସହଜରେ ଗ୍ରହଣ କରି ନାହାନ୍ତି ।

About The Author: The Sakala