ଭୁବନେଶ୍ବର: ନିଶା କାରବାର ଉପରେ ରୋକ ଲଗାଇବା ପାଇଁ କମିଶନରେଟ ପୁଲିସର ସ୍ୱତନ୍ତ୍ର ଅଭିଯାନ। ଏଥିସହ ଅପରାଧ ରୋକିବା ପାଇଁ ୩ଟି ଦିଗକୁ ଫୋକସ କରୁଛି କମିଶନରେଟ ପୁଲିସ। ସଡ଼କ ସୁରକ୍ଷା, ଗଞ୍ଜେଇ- ବ୍ରାଉନସୁଗର କରବାର ଉପରେ ରୋକ ଓ ଷ୍ଟ୍ରିଟ କ୍ରାଇମ ଉପରେ ଅଧିକ ଫୋକସ କରାଯିବ ବୋଲି ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂହ ସୂଚନା ଦେଇଛନ୍ତି।
ଗତକାଲି ମୈତ୍ରୀ ବିହାର ଅଞ୍ଚଳରେ ରେଡ କରାଯାଇ ଏକ ନିର୍ଦିଷ୍ଟ ଶିକ୍ଷାନୁଷ୍ଠାନ ନିକଟରୁ ୪୬କେଜି ଗଞ୍ଜେଇ ଜବତ ହୋଇଛି। ଏଥିସହ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ବାଲିଅନ୍ତା ଅଞ୍ଚଳରେ ରେଡ କରାଯାଇ ୨୬୦ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଏହି ମାମଲାରେ ଚାରିଜଣ ଗିରଫ ହୋଇଛନ୍ତି। ଏହି ସବୁ ନିଶାଦ୍ରବ୍ୟ କେଉଁଠୁ ଆସୁଛି କୋଉଠିକୁ ଯାଉଛି ତାହାର ତଦନ୍ତ ଚାଲିଛି। ଶିକ୍ଷାନୁଷ୍ଠାନବ ବାହାରେ ନିଶା ଦ୍ରବ୍ୟ ବିକ୍ରି କରୁଛନ୍ତି ଅନେକ ଲୋକ। ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି।